ବିଜେପି ପକ୍ଷରୁ ଜିଲୁଣ୍ଡି ଗ୍ରାମ ପଂଚାୟତରେ ମାସ୍କ ବଣ୍ଟନ

0
467

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କୋରନା ପାଇଁ ସରକାର ସାରା ଦେଶରେ ଲକ୍ ଡାଉନ ଘୋଷଣା କରିଛନ୍ତି। କୋରନା ସଂକ୍ରମଣ କୁ ରକ୍ଷା ପାଇଁ ଜନସାଧାରଣ ଙ୍କ ପାଇଁ ମାସ୍କ ବିନ୍ଧିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବିଜେପି ପକ୍ଷରୁ ଜିଲୁଣ୍ଡି ଗ୍ରାମ ପଂଚାୟତ ରେ ଜନସାଧାରଣ ଙ୍କୁ ମାସ୍କ ବଣ୍ଟନ କରାଯିବା ସହ କୋରନା ଭୁତାଣୁ ଦାଉରୁ କିପରି ନିଜ କୁ ରକ୍ଷା କରାଯାଇପାରିବ ସେ ନେଇ ସଚେତନ ମଧ୍ୟ କରାଯାଇଛି। ଏହି କାଯ୍ୟକର୍ମ ରେ ଜିଲୁଣ୍ଡି ପଂଚାୟତ ର ଓକିଲ ତଥା ସମାଜ ସେବୀ ଆଶିଷ କୁମାର ପ୍ରଧାନ, ହେମନ୍ତ ପ୍ରଧାନ,ପ୍ରଶାନ୍ତ ପଣ୍ଡା,ମୁନା ପାତ୍ର, ଶଙ୍କର ପ୍ରଧାନ ଏବଂ ଏକାଧିକ ବିଜେପି କର୍ମକର୍ତ୍ତା ଯୋଗଦେଇ ଥିଲେ

LEAVE A REPLY

Please enter your comment!
Please enter your name here