ବ୍ରହ୍ମପୁର ରାସ୍ତା କଡରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

0
671

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ସହରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ଏକ ଅଭିନବ ଘଟଣା। ଶୁକ୍ରବାର ସକାଳ ୯ଟାରେ ପାତ୍ରପୁର ଅଞ୍ଚଳର ସମାନ୍ତିଆପଲ୍ଲୀର ଗର୍ଭବତୀ ମହିଳା କେ. ପାର୍ବତୀ କୋର୍ଟପେଟା ମନ୍ଦିର ନିକଟରେ ଠିଆ ହୋଇଥିବା ସମୟରେ ହଠାତ ପ୍ରସବ ବେଦନା ଆରମ୍ଭ ହୋଇଯିବା ପରେ ପାଖରେ ଥିବା ମହିଳାମାନେ ଲୁଗା ଘେରାଇ ରାସ୍ତା ଉପରେ ତାଙ୍କର ପ୍ରସବ କରାଇଥିଲେ। ଶିଶୁ କନ୍ୟାଙ୍କୁ ଜନ୍ମ ଦେବାପରେ ଏମକେସିଜିରୁ ଜନନୀ ଏକ୍ସପ୍ରେସ ଆସି ଉଭୟ ମା ଓ ଝିଅଙ୍କୁ ନେଇ ଡାକ୍ତରଖାନାରେ ଭର୍ତି କରିଥିଲା । ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟ ଠିକ ଥିବା ଡାକ୍ତର କହିଛନ୍ତି ।

LEAVE A REPLY

Please enter your comment!
Please enter your name here