କରୋନା ମହାମାରୀ ଭଳି ସମୟରେ ଦିନେ ଖଟିଲେ ଓଳିଏ ଖାଉଥିବା ମଜୁରିଆଙ୍କୁ ସାମ୍ବାଦିକଙ୍କ ସହାୟତା

0
488

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ମହାମାରୀ କୁ ନେଇ ସମଗ୍ର ବିଶ୍ବରେ ଆହାକାର ଦେଖା ଦେଇଥିବାବେଳେ । ଭାରତରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶ ଲକ୍ ଡ଼ାଉନ୍ ଘୋଷଣା ଥିବାବେଳେ ଦାରିଦ୍ର୍ୟର ସୀମାରେଖା ତଳେ ଜୀବନଯାପନ କରୁଥିବା ବହୁ ଦିନ ମଜୁରିଆ ବେଶ ପ୍ରଭାବିତ ହୋଇଛନ୍ତି ।
ଦିନେ କାମ କରିଲେ ଓଳିଏ ପରିବାରର ଭୋକ ମେଣ୍ଟାଉଥିବା ଏହି ମଜୁରିଆଙ୍କ କାମ ଧନ୍ଦା ସମ୍ପୁର୍ଣ୍ଣ ବାଧା ପାଇଛି । ସଂକ୍ରମଣ ଭୟରେ ଓ ସରକାରଙ୍କ ନିର୍ଦ୍ଧେଶକୁ ମାନି ସେମାନେ ଘରୁ ପାଦ ମଧ୍ୟ ବାହାର କରୁନାହାନ୍ତି । ଏଭଳି ପରିସ୍ଥିତିରେ ଗୁଡ଼ାଏ ପରିବାର ଦିନେ ଓଲେ ଖାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଏଭଳି ବହୁ ପରିବାର ପୁରୁଣା ବ୍ରହ୍ମପୁର ଆଇନା ବନ୍ଧ ହୁଡ଼ାରେ ରହିଥିବା ଦେଖି ଶ୍ରୀଷ୍ଟି ମହାବିଦ୍ୟାଳର ନିର୍ଦ୍ଧେଶକ ଆଶୁତୋଷ ପାଢ଼ୀଙ୍କ ସହାୟତାରେ ସାମ୍ବାଦିକ ସତ୍ୟ ଚେତନ୍ ପରିଡା ସେହି ପରିବାରଙ୍କୁ ମିଶି ସେମାନଙ୍କୁ ପାଉଁରୁଟି ଓ ପାଣିର ବନ୍ଦୋବସ୍ତ କରିଥିଲେ । ସମସ୍ତ ପରିବାର ଏହି ଖାଦ୍ୟ ପାଇବା ପରେ ବେଶ୍ ଖୁସି ବ୍ୟକ୍ତ କରିଥିଲେ । ସତ୍ୟ ଚେତନ୍ ଏଭଳି ସାହାର୍ଯ୍ୟ କରିବା ସହ ନିଜ ଅଞ୍ଚଳରେ ରହୁଥିବା ସାହି ପଡୋଶୀ ଙ୍କୁ ଗରିବ ଓ ଅସହାୟଙ୍କୁ ସାହାର୍ଯ୍ୟର କରିବାଲାଗି ବାର୍ତ୍ତା ପହଂଚାଉଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ ଅନେକାଂଶ ସ୍ଥାନୀୟ ଯୁବକ ଏଭଳି କାର୍ଯ୍ୟକୁ ଅନୁସରଣ କରୁଥିବା ଦେଖି ସମସ୍ତଙ୍କୁ ସେ ସାଧୁବାଦ ଜଣାଇଛନ୍ତି । ଏଭଳି କାର୍ଯ୍ୟକୁ ସେ ସହର ଲକ୍ ଡ଼ାଉନ୍ ଥିବା ଯାଏଁ ଗରିବଙ୍କୁ ଯଥା ସମ୍ଭବ ଖାଦ୍ୟ ଓ ପାନୀୟର ବ୍ୟବସ୍ତା କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here