କେଶପୁର ଛକ ରେ ବୁଲିଲା ଖଣ୍ଡା, ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ୩ ଗୁରୁତର

0
327

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଆଜି କେଶପୁର ଛକ ରେ ବୁଲିଲା ଖଣ୍ଡା ।ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଖଲ୍ଲିକୋଟ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଗୋଟିଏ ପରିବାର ଉପରେ ହୋଇଛି ସଂଘବଧ ଆକ୍ରମଣ । ଆକ୍ରମଣରେ ରାମଚନ୍ଦ୍ର ପୁର ଗ୍ରାମର ଭଗି ନାହାକଙ୍କ ସମେତ ତାଙ୍କର ୨ପୁଅ ସୌରୀ ନାହାକ ଓ ରାମ ନାହାକ ଗୁରୁତର ଭାବେ ଆହତ ହୋଇଛନ୍ତି । ୩୦ରୁ ଅଧିକ ଲୋକ ବନ୍ଧୁକ ଖଣ୍ଡା ଧରି ଘରେ ପଶି ଆକ୍ରମଣ କରିଥିଲେ ଏବଂ ତାଙ୍କ ଦୋକାନ ରେ ପଶି ଭଙ୍ଗାରୁଜା କରିଥିଲେ । ମିଳିଥିବା ଖବର ରୁ ଜଣାପଡିଛି ଯେ, କୌଣସି କାରଣ କୁ ନେଇ ସୌରୀ ନାହାକ ଓ ରାମଚନ୍ଦ୍ର ପୁର ଗ୍ରାମବାସୀ ଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଛି । କେଶପୁର ଛକ ରେ ସୌରୀ ଏକ ଜଳଖିଆ ଦୋକାନ କରିଛନ୍ତି ।ଆଜି ରାମଚନ୍ଦ୍ର ପୁର ଗ୍ରାମର କିଛି ଯୁବକ ସୌରୀ ଙ୍କ ଦୋକାନ ରେ ଜଳଖିଆ ଖାଇବା ପରେ ପୂର୍ବ ଶତ୍ରୁତା କୁ ନେଇ କଥା କଟାକଟି ହୋଇଥିଲା ।ଏହାପରେ ଉତକ୍ଷିପ୍ତ ହୋଇ ଯୁବକ ମାନେ ଦୋକାନ ର ଚୌକି ଓ ଅନ୍ୟାନ୍ୟ ଆସବାବପତ୍ର ଭଙ୍ଗାରୁଜା କରିଥିଲେ ।ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇ କଥା ଗାଁ ରେ ପହଞ୍ଚି ଥିଲା ।ଗାଁ ରେ ପ୍ରାୟ ୩୦ ରୁ ଅଧିକ ଲୋକ ସଂଘବଦ୍ଧ ଭାବେ ସୌରୀ ଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ ।ଖଣ୍ଡା ଚୋଟ ରେ ସୌରୀ ନାହାକ, ବାପା ଭଗି ନାହାକ ଓ ଭାଇ ରାମ ନାହାକ ଗୁରୁତର ଭାବେ ଆହତ ହୋଇଥିଲେ ।ଆହତଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗ୍ରାମର କିଛି ଯୁବକ ଙ୍କୁ ଥାନା କୁ ଆଣି ପୋଲିସ ପଚରାଉଚରା କରୁଥିବା ଖବର ମିଳିଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here