ଖଲ୍ଲିକୋଟ ବିଡିଓ ଓ ପୋଲିସଙ୍କ ମହାନତା : ୭୦ ଜଣ ଦିନ ମଜୁରିଆ ନିଜ ଭିାଟାମାଟିକୁ ଫେରିଲେ ।

0
469

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ) : ମହାନତା ଦେଖାଇଲେ ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନବକୃଷ୍ଣ ଜେନା । କୋରାନା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଗାଁ ଭିଟାମାଟି ଛାଡି ଅନ୍ୟତ୍ର ରୋଜଗାର ଆଶା ରେ ଯାଇଥିବା ଖଟିଖିଆ ଦିନ ମଜୁରିଆ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଲକ୍ ଡାଉନ୍ ଫଳରେ ଗାଁ ଭିଟାମାଟି ଛାଡିଥିବା ଲୋକ ଟା ଆଜି ଗାଁ କୁ ଫେରିବାକୁ ଡହଳ ବିକଳ ହଉଛି । କିନ୍ତୁ ଗାଡି ବସ ବନ୍ଦ ଫଳରେ ଗମନାଗମନ ଠପ ହୋଇପଡିଛି । ତେଣୁ ଲୋକ ବିଭନ୍ନ ପ୍ରାନ୍ତରୁ ଚାଲି ଚାଲି ଗୋଟାଏ ଜାଗାରୁ ଗୋଟିଏ ଜାଗାକୁ ଯିବାକୁ ବାଧ୍ୟ ହଉଛନ୍ତି । ଏମିତି ଏକ ଘଟଣା ଗତକାଲି ଖଲ୍ଲିକୋଟ ବ୍ଳକ ଆଗରେ ବ୍ଲକ ଅଧିକାରୀ ଦେଖିବାକୁ ପାଇଥିଲେ । କିଛି ଲୋକ ପିଲା ଛୁଆଙ୍କୁ ଧରି ଗଞ୍ଜାମ ଜିଲ୍ଲା ପୋଲସରା ଅଭିମୁଖେ ଚାଲି ଚାଲି ଯାଉଥିବା ବେଳେ ଖଲ୍ଲିକୋଟ ବିଡିଓ ନବକୃଷ୍ଣ ଜେନା ସେମାନଙ୍କ ପାଖକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ । ଲୋକଙ୍କ କହିବାନୁଯାୟୀ ଭୁବନେଶ୍ବର ରେ ଦିନ ମଜୁରିଆ ଭାବେ କାମ କରନ୍ତି । ଲକ୍ ଡାଉନ୍ ହେବାପରେ ନା କାମ ମିଳିଲା ନା ପେଟକୁ ଦାନା ମିଳିଲା ଶେସରେ ପିଲାଛୁଆଙ୍କୁ ନେଇ ଭୁବନେଶ୍ବର ରୁ ଚାଲି ଚାଲି ନିଜ ଭିଟାମାଟି ପୋଲସରା ଅଭିମୁଖେ ଯାଉଥିବା ବେଳେ ବାଟରେ ସମସ୍ତଙ୍କୁ ପୋଲିସ୍ ଅଟକାଇଥିଲା । ପରେ ଦୁଇଟି ଟ୍ରକ୍ ସାହାର୍ଯ୍ୟରେ ସମସ୍ତ ଲୋକଙ୍କୁ ଗଂଜାମ ଅଭିମୁଖେ ପଠାଇଦେଇଥିଲେ । ହେଲେ ଟ୍ରକ ଦୁଇଟି ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିଡ଼ାମୂଳ ନିକଟରେ ସମସ୍ତ ଲୋକଙ୍କୁ ଓହ୍ଲାଇ ଦେଇଥିଲା । ସବୁ ଘଟଣା ସୁଣିବା ପରେ ଖଲ୍ଲିକୋଟ ଥାନା କର୍ମଚାରୀ ଓ ବ୍ଳକର ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଏକ ଗାଡି ଯୋଗେ ୭୦ରୁ ଉର୍ଦ୍ଧ ଦିନ ମଜୁରିଆ ଶ୍ରମିକ ମହିଳା ଓ ପୁରୁଷ ଙ୍କୁ ପୋଲସରା ଅଭିମୁଖେ ପଠା ଯାଇଥିଲା । ବିଡିଓ ଓ ଖଲ୍ଲିକୋଟ ପୋଲିସର ଏହିଭଳି କାର୍ଯ୍ୟ ଯୋଗୁଁ ଜନସାଧାରଣ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here