ବାଇକ୍ ଦୁର୍ଘଟଣାରେ ଜଣେ ମୃତ,୨ ଗୁରୁତର

0
346

ଭଞ୍ଜନଗର: ଭଞ୍ଜନଗର ଥାନା ଅଧୀନ ଡେଙ୍ଗାପଦର କେନାଲ୍ ନିକଟରେ ଏକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ହେଲେ ଗାମୁଣ୍ଡି ଧୂଆଁଛାଇର ବୁଲୁ ପ୍ରଧାନଙ୍କ ପୁଅ ସୁଶାନ୍ତ ପ୍ରଧାନ(୩୪) ଏବଂ ଆହାତ ମାନେ ହେଲେ ସେହି ଗ୍ରାମର ଚନ୍ଦନ ପ୍ରଧାନ ଓ ମନୋଜ ବେହେରା। ଏହି ତିନିଜଣ ରବିବାର ରାତିରେ ଭାଲିଆଖାଇ ପଟୁ ବାଇକ୍ ରେ ଗ୍ରାମକୁ ଫେରୁଥିବା ବେଳେ ଡେଙ୍ଗାପଦର କେନାଲ୍ ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ସହ ଧକ୍କା ଦେଇଥିଲା। ଫଳରେ ତିନି ଜଣ ଛିଟିକି ପଡିଥିଲେ। ପରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ସହାୟତାରେ ସମସ୍ତଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ସୁଶାନ୍ତକୁ ମୃତ ଘୋଷଣା କରିଥିଲେ।ଆହତ ମାନଙ୍କ ଚିକିତ୍ସା ଚାଲିଥିବା ବେଳେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଵର୍ଗ କୁ ହସ୍ତାନ୍ତର କରିଛି। ଏନେଇ କେସ୍ ନମ୍ବର ୩୮୩ /୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଏଏସଆଇ ପ୍ରଶାନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here