ପାରିବାରିକ କଳହକୁ ନେଇ ଦାଦାଙ୍କ ମାଡ଼ରେ ଝିଆରୀ ଗୁରୁତର, ଥାନାରେ ଏତଲା

0
633

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା/ଭଞ କିଶୋର ମହାରଣା):ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବୁରୁଝରୀ ଠାରେ ଏକ ଘଟଣାକ୍ରମରେ ପାରିବାରିକ କଳହକୁ ନେଇ ଦାଦାଙ୍କ ମାଡ଼ରେ ଝିଆରୀ ଗୁରୁତର ଆହତ ହୋଇଛି l ଏ ନେଇ ଆହତଙ୍କ ବାପା ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଛନ୍ତି l ପ୍ରାପ୍ତ ବିବରଣୀରୁ ପ୍ରକାଶ ଆଜି କେ ବରିଡା ଗ୍ରାମର ଗୋଲା ସାହୁ ନିଜ ବାପାଙ୍କ ଶୁଦ୍ଧି କ୍ରିୟା କରିବା ପାଇଁ ବୁରୁଝରି ଗାଁ କୁ ଆସିଥିଲେ l ସେଠାରେ କୌଣସି କାରଣକୁ ନେଇ ଗୋଲାଙ୍କ ସହିତ ତାଙ୍କ ଦୁଇ ଭାଇ ଶିବ ଓ ଦିନା ପାଟି କରିବା ପରେ ବଚସା ହେବା ପରେ ଗୋଲାଙ୍କ ଝିଅ ନିବାସୀନି ସେଠାରେ ପହଂଚି ବୁଝାଇବା ସମୟରେ ନିବାସୀନିଙ୍କ ଦାଦା ଶିବ ଓ ଦିନା ଝିଆରୀକୁ କାଠ ଫାଳିଆ ରେ ବେକକୁ ବାଡେଇ ଅଚେତ କରିଦେଇଥିଲେ l ତାଙ୍କୁ ଗୁରୁତର ଅବସ୍ଥାରେ ସୁମଣ୍ଡଳ ମେଡିକାଲକୁ ଆଣି ଚିକତ୍ସା କରିବା ପରେ ଡାକ୍ତର ତାଙ୍କୁ ଏମ କେ ସି ଜି କୁ ପଠାଇଛନ୍ତି l ନିବାସୀନିଙ୍କ ବାପା ବେଗୁନିଆପଡା ଫାଣ୍ଡିରେ ଏକ ଲିଖିତ ଏତଲା ଦେଇଛନ୍ତି l ଏତଲାକୁ ଭିତ୍ତିକରି ବେଗୁନିଆପଡା ପୁଲିସ ତଦନ୍ତ ଜାରିରଖିଛି l

LEAVE A REPLY

Please enter your comment!
Please enter your name here