ଘରେ ପଶି ଅଶାଳୀନ ବ୍ୟବହାର ଘଟଣାରେ ଦୁଇ ଗିରଫ

0
324

ଆସ୍କା(ଜଗନ ପଣ୍ଡା) ଆସ୍କା ଥାନା ଅନ୍ତର୍ଗତ ଭେଟନଈ ଗ୍ରାମରେ ରଶ୍ମି ଦାସ (ଛଦ୍ମ ନାମ ) ଙ୍କ ଘରେ ପଶି ଟଣା ଓଟରା କରିଥିବା ଅଭିଯୋଗରେ ପୋଲିସ ସେହି ଗ୍ରାମର ବିକାଶ ଦାସ ଓ ସିଦ୍ଧାନ୍ତ ଦାସ କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନା ଅନୁଯାୟୀ ଗତ ନଭେମ୍ବର 3 ତାରିଖ ଦିନ ରଶ୍ମି (ଛଦ୍ମ ନାମ)ଘରେ ରୋଷେଇ କରୁଥିବା ସମୟରେ ସେହି ଗ୍ରାମର ସିଦ୍ଧାନ୍ତ ଦାସ ବାହା ହେବାର ଧମକ ଦେଇ ରଶ୍ମି ଙ୍କୁ ଟଣା ଓଟରା କରିବା ତା ସହିତ ବାହା ନ ହେଲେ ଜୀବନ ରେ ମାରିଦେବାକୁ ଧମକ ଦେଇଥିଲା |ସିଦ୍ଧାନ୍ତ ଦାସ ସହିତ ଅନ୍ୟ ଜଣେ ବିକାଶ ଦାସ ରଶ୍ମି ଙ୍କ ବାପା ମା ଙ୍କୁ ମଧ୍ୟ ମାରଧର କରିଥିଲେ |ଏ ନେଇ ରଶ୍ମି ଆସ୍କା ପୋଲିସ ରେ ଲିଖିତ ଅଭିଯୋଗ କରିଥିଲେ |ପୋଲିସ କେଶ ନମ୍ବର 583/20 ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଆଇ ପି ସି ଦଫା 451/354/354(b)/323/506/34 ରେ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇ ଆଇ ସି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here