ଆମ୍ବ ଗଛ ମୂଳରୁ ନବଜାତ ଶିଶୁ ଉଦ୍ଧାର, ପୋଲିସ ଅନୁସନ୍ଧାନ ପରେ ମାଆଙ୍କୁ ହସ୍ତାନ୍ତର

0
551

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା): ବୁଗୁଡା ଥାନା ଅନ୍ତର୍ଗତ କରସିଙ୍ଗି ଗ୍ରାମରେ ଗୁରୁବାର ଦିନ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ।
କରସିଙ୍ଗି ଅଙ୍ଗନବାଡି କେନ୍ଦ୍ର ନିକଟ ଆମ୍ବ ଗଛ ମୂଳରେ କାନ୍ଦୁଥିଲା ଏକ ନବଜାତ ପୁତ୍ର ସନ୍ତାନ।ସକାଳୁ ଗଛ ତଳେ ନବଜାତ ଶିଶୁର କ୍ରନ୍ଦନ ଶୁଣି ସେଠାରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ। ସ୍ଥାନୀୟ ଅଙ୍ଗନବାଡି କର୍ମୀ ୧୦୨କୁ ଫୋନକରି ବୁଗୁଡା ମେଡ଼ିକାଲକୁ ନେଇ ଚିକିତ୍ସା କରାଇ ବୁଗୁଡା ପୋଲିସକୁ ଜଣାଇଥିଲେ।ପୋଲିସ ଅନୁସନ୍ଧାନ କରି ସନ୍ତାନର ମାଆଙ୍କୁ ଜାଣିବା ପରେ ବୁଗୁଡା ଥାନାକୁ ଆଣିଥିଲେ। ସେଠାରେ ନବଜାତ ସନ୍ତାନର ମାଆ ନିଜର ଜନ୍ମିତ ସନ୍ତାନ ବୋଲି ସ୍ୱୀକାର କରିବା ପରେ ସନ୍ତାନକୁ ବୁଗୁଡା ପୋଲିସ ମାଆଙ୍କୁ ହସ୍ତାନ୍ତର କରିଥିଲେ।

LEAVE A REPLY

Please enter your comment!
Please enter your name here