ନୂଆ ଜୁଆ ଆଡ୍ଡାରୁ ପୁରୁଣା ଜୁଆଡିଙ୍କୁ କାବୁ କଲା ସଦର ପୋଲିସ :୧୦ ଗିରଫ

0
465

କୁକୁଡ଼ାଖଣ୍ଡି:ଏକ ନୂଆ ଜୁଆ ଆଡ୍ଡା ଉପରେ ସଦର ପୋଲିସ ଚଢ଼ାଉ କରି ପୁରୁଣା ଜୁଆଡିଙ୍କୁ କାବୁ କରିବାରେ ସଫଳ ହୋଇଛି ।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ,ଗତକାଲି ରାତି ୧୦ଟାରେ ସଦର ଥାନା ଅନ୍ତର୍ଗତ ଖାରବେଳ ନଗର ତୃତୀୟ ଲାଇନରେ ଏକ ବଡ ଧରଣର ଜୁଆ ଆଡ୍ଡା ଚାଲିଥିବା ନେଇ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇବା ପରେ ସଦର ଥାନା ପୋଲିସ ଉକ୍ତ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା ।ଫଳରେ ଉକ୍ତ ଜୁଆ ଆଡ୍ଡାରୁ ୪,୨୫,୨୭୦ ଟଙ୍କା,୧୧ଟି ଦାମୀ ମୋବାଇଲ ଓ ୩ଟି ମୋଟର ସାଇକେଲ ସହ ୮ଟି ତାସ୍ କାଟା ଜବତ କରିବା ସହ ୧୦ ଜଣ ଜୁଆଡିଙ୍କୁ ମଧ୍ୟ କାବୁ କରିବାରେ ସଫଳ ହୋଇଥିଲା ।ଖାରବେଳ ନଗର ଜୁଆ ଆଡ୍ଡାଟି ନୂଆ ଆଡ୍ଡା ହୋଇଥିବା ବେଳେ ଗିରଫ ହୋଇଥିବା ଜୁଆଡି ଗୋଟେ ଗୋଟେ ପ୍ରତିଷ୍ଠିତ ବ୍ୟବସାୟୀ ସହ ପୁରୁଣା ଜୁଆଡି ବୋଲି ଜାଣିବାକୁ ମିଳିଛି । ଗିରଫ ଜୁଆଡି ପ୍ରାୟ ବଡ଼ ବଜାର ଥାନା ଅଞ୍ଚଳର ହୋଇଥିବା ବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ବ୍ରହ୍ମପୁର ଏସ୍ପି ଙ୍କ ଠାରୁ ସୂଚନା ମିଳିଛି ।ଏହି ଜୁଆଡିଙ୍କୁ ଏକତ୍ରିତ କରି ସ୍ଥାନ ପରିବର୍ତ୍ତନ କରି ଏହି ଜୁଆ ଆଡ୍ଡା ଚଳାଉଥିବା ଜାଣିବାକୁ ମିଳିଛି ।ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଏହି ଜୁଆ ଆଡ୍ଡା ଚାଲିଥିବା ବେଳେ ବ୍ରହ୍ମପୁର ଏସ୍ପି ଶ୍ରବଣ ବିବେକ୍ ଏମ୍. ଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ଜୁଆ ଆଡ୍ଡା ଉପରେ ଚଢ଼ଉ ଜାରି ରଖିବା ପାଇଁ ନିର୍ଦ୍ଦେଶ ରହିଛି ।ଫଳରେ ବ୍ରହ୍ମପୁର ପୋଲିସ ପକ୍ଷରୁ ପୁରୁଣା ଜୁଆଡିଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।ଖାରବେଳ ନଗର ଜୁଆ ଆଡ୍ଡା ଚଢ଼ଉରେ ସଦର ଏସ୍ଡିପିଓ ଶିବ ଶଙ୍କର ମହାପାତ୍ର,ଥାନା ଅଧିକାରୀ ମହେନ୍ଦ୍ର ସାହୁ, ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରାଙ୍କ ସମେତ ସଦର ପୋଲିସ ଟିମ୍ ଓ ନିମଖଣ୍ଡି ଫାଣ୍ଡି ପୋଲିସ ଟିମ୍ ସାମିଲ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here