କୀଟନାଶକ ଖାଇ ଯୁବକର ଆତ୍ମହତ୍ୟା

0
332

ଭଞ୍ଜନଗର: ଭଞ୍ଜନଗର ଥାନା ଅଧିନ ଗୋଲାପଡା ଗ୍ରାମର ସ୍ବର୍ଗତ ଖଦାଳ ବରାଡଙ୍କ ପୁଅ ଗଣେଷ ବରାଡ(୨୫) ରବିବାର ସକାଳ ସମୟରେ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଗତକାଲି ରାତିରେ ଘରେ ଖାଇ ପିଇ ଶୋଇଥିବା ବେଳେ ରାତିରେ ଉଠି କେଉଁ ଆଡେ ଚାଲି ଯାଇଥିଲେ। ଆଜି ସକାଳୁ ଗ୍ରାମ ଠାରୁ କିଛି ଦୂରରେ ଥିବା ସପ୍ନେଶ୍ବର ମନ୍ଦିର ନିକଟରେ ପଡିଥିବା କିଛି ଲୋକ ଦେଖି ପରିବାର ଲୋକକୁ ଖବର ଦେଇଥିଲେ। ତା ନିକଟରେ କୀଟନାଶକ ଔଷଧ ପଡିଥିବା ବେଳେ ସେ ତାକୁ ଖାଇଥିବା ଅନୁମାନ କରି ଡାକ୍ତରଖାନାକୁ ଆଣିଥିରଲେ। ସେଠାରେ ଡାକ୍ତର ଗଣେଷକୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ବ୍ୟବଚ୍ଛେଦ କରି ପାରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ କେସ୍ ନମ୍ବର ୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here