ଘର ଭିତରୁ ମହିଳାଙ୍କ ଦଗ୍ଧ ମୃତ ଦେହ ଉଦ୍ଧାର; କାରଣ ଅସ୍ପଷ୍ଟ

0
560

ଗଜପତି(ନ୍ୟୁଜଏକ୍ସଟ୍ରା ବ୍ୟୁର) : ଗଜପତି ଜିଲ୍ଲା ଚନ୍ଦ୍ରଗିରି ହାଟପଦା ନିକଟରେ ଘର ଭିତରୁ ଜଣେ ମହିଳାଙ୍କ ପୋଡା ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ମହିକଙ୍କ ଜଣକ ହେଲେ, ଅଡବା ଥାନା କନ୍ଧ ଅଡ଼ବା ଗାଁର ପଙ୍କଜ ନାୟକ । ଗତ ୨ ବର୍ଷ ହେଲା , ମହିଳା ଜଣକ ଆସ୍କା ଅଂଚଳର ଜଣେ ଯୁବକଙ୍କ ସହ ମିଶି ଘର ଭଡା ନେଇ ରହିଥିଲେ। ଆଜି ସକାଳେ ଘର ମାଲିକ ଘର ଭିତରୁ ପୋଡା ଗନ୍ଧ ବହାରିବାରୁ ସେ ମୋହନା ଥାନାରେ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଥିବା ବେଳେ ସମ୍ପୃକ୍ତ ଯୁବକ ଜଣକ ଦୁଇ ଦିନ ହେଲା ଫେରାର ଅଛି । ହତ୍ୟା ନାଁ ଅତ୍ମ୍ୟହତ୍ୟା ପୋଲିସର ତଦନ୍ତ ପରେ ଜଣା ପଡିବ । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିବା ବେଳେ ମୃତ ଦେହ ନିକଟରେ ଏକ ସୁଇସାଇଡ ନୋଟ ପୋଲିସ ଜବତ କରିଛି । ପୋଲିସ ଥାନାରେ ଏକ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି ।

LEAVE A REPLY

Please enter your comment!
Please enter your name here