ପୂର୍ବଶତ୍ରୁତାରୁ ବୋମାମାଡ଼ ବେଳେ ହାତରେ ଫୁଟିଲା ବୋମା ;ଜଣେ ଆହତ ୨ ଗୁରୁତର

0
186

କୁକୁଡ଼ାଖଣ୍ଡି: ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମଙ୍ଗଳବାର ସନ୍ଧ୍ୟାରେ ନିମଖଣ୍ଡି ଥାନା ଅନ୍ତର୍ଗତ ପୁରୁଣା ଯୋଗିଆପଲ୍ଲୀ ଗ୍ରାମରେ ବୋମାମାଡ଼ ହୋଇଛି। ବୋମା ଫିଙ୍ଗିବା ବେଳେ ହାତରେ ଫୁଟି ଯିବାରୁ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ପାତ୍ର ଓ ତା ସାଙ୍ଗ ଏନ୍ ମହେଶ ଦୋରା ଗୁରୁତର ଆହତ ହୋଇଛନ୍ତି । ଭାବିନୀପୁର ଅଞ୍ଚଳର କାଳିଆ ପାତ୍ର ଏବଂ ତା ସାଥିରେ ଥିବା ଏନ୍.ମହେଶ ଦୋରା ମିଶି ଯୁଗୀଆପଲ୍ଲୀ ଯାଇଥିଲେ ।ଯୁଗୀଆପଲ୍ଲୀ ଗ୍ରାମର କାର୍ତ୍ତିକ ପାତ୍ର ରାସ୍ତାରେ ଛିଡା ହୋଇ କଥା ହେଉଥିବା ବେଳେ ତା’ର ପିଠିକୁ ବୋମା ମାଡ଼ କରିବା ପାଇଁ ଚେଷ୍ଟା କରିଥିଲା କାଳିଆ ।କିନ୍ତୁ ସାଙ୍ଗରେ ଥିବା ମହେଶ କଳିଆର ହାତକୁ ହଟାତ ଟାଣିବା ପାଇଁ ଚେଷ୍ଟା କରିଥିଲା ହେଲେ ବୋମା ଟି ହଟାତ ଫୁଠି ଯାଇଥିଲା । ଫଳରେ ମହେଶ ଓ କାଳିଆ ଗୁରୁତର ଆହତ ହୋଇଥିବା ବେଳେ କାର୍ତ୍ତିକର ପିଠି ପଛ ପଟେ ଆଘାତ ଲାଗି ସେ ମଧ୍ୟ ଆହତ ହୋଇଛି ।ଆହତ ତିିନି ଜଣଙ୍କୁ ଚିକିତ୍ସା ନିମନ୍ତେ ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ନିମଖଣ୍ଡି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, କାଳିଆ ଓ କାର୍ତ୍ତିକ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । କାଳିଆର ମାମୁ ଘର ଯୋଗିଆପଲ୍ଲୀରେ ହୋଇଥିବା ବେଳେ ଆଜି ଚୈତ୍ର ମଙ୍ଗଳବାର ଦ୍ବିତୀୟ ପାଳିରେ ମା’ ତାରାତାରିଣୀଙ୍କ ମନ୍ଦିରରୁ ଭୋଜି ଖାଇ ଏକ ବାଇକ୍‌ରେ ନିଜ ସାଥୀ ମହେଶ ସହ କାଳିଆ ମାମୁ ଘରକୁ ଫେରିଥିଲା । ସେଠାରେ କାର୍ତ୍ତିକକୁ ଦେଖି ତା’କୁ ହତ୍ୟା କରିବା ପାଇଁ ଯାଇଥିଲା । ଏକ ବୋମା ନେଇ କାର୍ତ୍ତିକ ପାଖକୁ ଯାଇ ତା’ ପିଠିକୁ ଫିଙ୍ଗିବା ବେଳେ ହାତରେ ଫୁଟି ଯାଇଥିଲା। ଫଳରେ ତା’ର ଡାହାଣ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ସାଙ୍ଗରେ ଯାଇଥିବା ମହେଶ ର ମୁହଁ ଓ ଶରୀରରେ ଗଭୀର ଆଘାତ ଲାଗିଛି ଏବଂ କାର୍ତ୍ତିକର ପିଠିରେ ମଧ୍ୟ ଆଘାତ ଲାଗିଛି ।ପୂର୍ବରୁ ମଧ୍ୟ ନିମଖଣ୍ଡି ଥାନା ଅଧୀନରେ ଥିବା ଶ୍ରୀକ୍ଷେତ୍ର ବିହାରରେ ପୋଲିସ ଉପରକୁ ବୋମା ମାଡ଼ ହୋଇଥିଲା ଓ ଫୁଲଟା ଗ୍ରାମରେ ଗ୍ରାମସଭାକୁ ନେଇ ଗ୍ରାମ ସଭାପତିଙ୍କ ଘର ଉପରକୁ ବୋମା ମାଡ଼ ମଧ୍ୟ ହୋଇଥିଲା ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here