ରାଉରକେଲା ପୁଲିସ ପ୍ରଶାସନର ଚେତାବନୀ ; ଲକ ଡାଉନ ଅମାନ୍ୟ କଲେ ଆରେଷ୍ଟ ସହ କେସ ଚାଲିବ

0
511

ରାଉରକେଲା(ନ୍ୟୁଜଏକ୍ସଟ୍ରା ବ୍ୟୁର): ସମାଜରୁ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ରାଉରକେଲା ପୁଲିସ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରି ଲକ ଡାଉନ ଗାଇଡ଼ ଲାଇନ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କୁ ଦୃଢ଼ ଚେତାବନୀ ଦେଇଛି l ଯଦି କିଏ ବିନା କାରଣରେ ଏହା ବିରୋଧରେ ଯାଏ ତାହେଲେ ସମ୍ପୃକ୍ତ ବ୍ୟକ୍ତିକୁ ଆରେଷ୍ଟ କରାଯିବ ଏବଂ ଆବଶ୍ୟକ ପଡିଲେ କେସ ଚାଲିବ ବୋଲି ରାଉରକେଲା ଏସପି ସ୍ପଷ୍ଟ କରିଛନ୍ତି l ଗତକାଲି କେତେକ ବ୍ୟବସାୟ ପ୍ରତିଷ୍ଠାନ ଏହାର ଅମାନ୍ୟ କରିବା ସହ ବଜାରରେ ତଥା ସଡ଼କରେ ଯାନବାହାନ ଚଳାଚଳ କରିଥିଲା l ଏହାକୁ ଦୃଷ୍ଟିରେ ରଖି ଖୋଦ ଏସପି ଓ କିଛି ବରିଷ୍ଠ ପୁଲିସ ଅଧିକାରୀ ରାସ୍ତାକୁ ଓହ୍ଲାଇ ନିରୀକ୍ଷଣ କରିଥିଲେ ଏବଂ ପୁଲିସ କର୍ମୀଙ୍କୁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଥିଲେ l ଯେଉଁ ମାନେ ଯାତାୟତ ପାଇଁ ଆସୁଥିଲେ ସେମାନଙ୍କୁ ପୁଲିସ କର୍ମୀମାନେ ଘରକୁ ପଠାଇବା ଦେଖାଯାଇଥିଲା l

LEAVE A REPLY

Please enter your comment!
Please enter your name here