ବେଲଗୁଣ୍ଠI ତହସିଲ ଏବଂ ଗାଙ୍ଗପୁର ପୋଲିସ୍ ତରଫରୁ ଜନ ସାଧାରଣଙ୍କୁ ଲକ୍ ଡ଼ାଉନ୍ ସଚେତନତା

0
463

ଗାଙ୍ଗପୁର/ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା ବ୍ୟୁର) : ସାରା ବିଶ୍ଵ ଆଜି କରୋନା କବଳରେ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହି ମହାମାରୀକୁ ରୋକିବା ପାଇଁ ଭାରତ ସରକାରଙ୍କ ଜନତା କର୍ଫ୍ୟୁ ପରେ ଓଡ଼ିଶା ସରକାର ଆଉ ପାଦେ ଆଗକୁ ଯାଇ 14 ଟି ଜିଲ୍ଲାରେ ଲକ୍ ଡ଼ାଉନ୍ ଘୋଷଣା କରିଛନ୍ତି l ଏହି ସମୟରେ ଜନ ସାଧାରଣ ଜରୁରୀ ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି l ଅତି ଆବଶ୍ୟକୀୟ କାର୍ଯ୍ୟାଳୟ, ତେଜରାତି ଦୋକାନ, ଔଷଧ ଦୋକାନ, ପରିବା ଦୋକାନ, ଫଳ, କ୍ଷୀର ଦୋକାନ, ବ୍ୟାଙ୍କ୍, ପେଟ୍ରୋଲ ପମ୍ପକୁ ବାଦ ଦେଇ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ, ଗାଡ଼ି ମଟର କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି l କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଅତି ଆବଶ୍ୟକୀୟ ଦୋକାନ ଗୁଡିକୁ ସକାଳ 7 ଘଣ୍ଟରୁ ଅପରାହ୍ଣ 12 ଘଣ୍ଟ ପର୍ଯ୍ୟନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଏସବୁ ନିର୍ଦ୍ଦେଶ ସତ୍ତ୍ଵେ କିଛି ବ୍ୟକ୍ତି ବିଶେଷ କରୋନାକୁ ଅତି ହାଲୁକା ଭାବରେ ନେଇ ସରକାରୀ ନିର୍ଦ୍ଦେଶର ଅବମାନନା କରୁଥିବା ଦେଖାଯାଇଛି l ଏହି ନିୟମ ଉଲ୍ଲଂଘନକାରୀଙ୍କୁ ସଚେତନ କରିବା ପାଇଁ ବେଲଗୁଣ୍ଠା ତହସିଲ ଏବଂ ଗାଙ୍ଗପୁର ପୋଲିସ୍ ତରଫରୂ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି l ମାଜିଷ୍ଟ୍ରେଟ୍ ଦାୟିତ୍ଵରେ ଥିବା ବେଲଗୁଣ୍ଠI ଅତିରିକ୍ତ ତହସିଲଦାର ଧରଣୀଧର ବେହେରା, ରମେଶ ଚନ୍ଦ୍ର ବେହେରା, ସୁପର୍ଭାଇଜର୍ ସିମାଞ୍ଚଳ ମଲ୍ଲିକଙ୍କ ନେତୃତ୍ଵରେ ଗାଙ୍ଗପୁର ଥାନା ପ୍ରୋବେସନ୍ ଡି.ଏସ୍. ପି ସଞ୍ଜୟ କୁମାର ମହାପାତ୍ର ଏବଂ ଥାନା ଅଧିକାରୀ ଧୀରେଶ କୁମାର ଦାସ ସଦଳବଳେ ଏହି ଲକ୍ ଡ଼ାଉନ୍ ସ୍ଥିତିକୁ ତଦାରଖ କରୁଛନ୍ତି l ନିୟମ ଉଲ୍ଲଂଘନ କରୁଥିବା ଜନ ସାଧାରଣକୁ ସଚେତନ କରିବା ସହ ବ୍ୟବସାୟୀ ଏବଂ ଗାଡ଼ି ଚାଳକମାନଙ୍କୁ ତାଗିଦ୍ କରୁଛନ୍ତି l ଏହା ସହ ମାଜିଷ୍ଟ୍ରେଟ୍ ମାନଙ୍କ ତଦାରଖରେ ବେଲଗୁଣ୍ଠIବ୍ଲକ୍ ର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଆଶା ଏବଂ ଅଙ୍ଗନାଓ୍ଵାଡ଼ି କର୍ମୀମାନେ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ମାନଙ୍କର ପଞ୍ଜିକରଣ କରିବା ସହ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟରେ ଖୋଲା ଯାଇଥିବା ଅସ୍ଥାୟୀ ଶିବିରରେ ସେମାନଙ୍କୁ ରଖିବାର ବ୍ୟବସ୍ଥା କରାଯାଇଛି l ସରକାରୀ ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ପ୍ରତ୍ୟେକ ରାଜସ୍ଵ ନିରୀକ୍ଷକ ଅଧିକାରୀ ନିଜ ନିଜ ରାଜସ୍ଵ ଗ୍ରାମର ବିଦେଶ ଫେରନ୍ତା ବ୍ୟକ୍ତି ମାନଙ୍କ ରହିବା ପାଇଁ ନିଜ କାର୍ଯ୍ୟାଳୟ ତରଫରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି l ଆବଶ୍ୟକସ୍ଥଳେ ଲକ୍ ଡ଼ାଉନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l 23 ତାରିଖଠାରୁ ବ୍ରହ୍ମପୁର ଫୁଲବାଣୀ ରାସ୍ତାରେ ଗାଙ୍ଗପୁର ପୋଲିସ୍ ତରଫରୁ ଯାନବାହାନ ଯାଞ୍ଚ କଡାକଡି କରାଯାଉଛି l

LEAVE A REPLY

Please enter your comment!
Please enter your name here