ଗଞ୍ଜାମ ପୋଲିସର ବଡ ସଫଳତା

0
813

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଗଞ୍ଜାମ ଏସପି ଶ୍ରୀ ବ୍ରିଜେଶ୍ ରାଏ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁସାରେ ଲୁଟ୍ ତରାଜ ଘଟଣାରେ ସମ୍ପୃକ୍ତ ଥିବା ଏକ ଯୁବକକୁ ଗିରଫ କରିବା ସହ ୭କିଲୋ ୨୦୦ଗ୍ରାମ୍ ରୁପା ଅଳଙ୍କାର,ଗୋଟିଏ ମୋଟରସାଇକେଲ ଓ ୪୯ ହଜାର ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ଜଣକ ଆସିକା ବରଗାଆଁର ଏ.ଶେଖର ଓ ସେ ବ୍ରହ୍ମପୁର,ଛତ୍ରପୁର,ରମ୍ଭା ଓ ଭଞ୍ଜନଗର ଅଞ୍ଚଳରେରେ ଲୁଟ୍ ତରାଜ କରୁଥିବା ଜଣାପଡିଛି । ଘଟଣାରେ ଜଣେ ଗିରଫ । ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହାର ତଦନ୍ତ ଚାଲିଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଏସଡ଼ିପଓ ଶ୍ରୀ ଉତ୍କଳ ଦାଶ ଓ ଆସିକା,ଭଞ୍ଜନଗର, ରମ୍ଭା, ଛତ୍ରପୁର ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here