ଝରିଗାଁ ରେ ନୂତନ କୋର୍ଟ ଉଦଘାଟିତ

0
318

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଝରିଗାଁ ଠାରେ ଦୀର୍ଘ ଦିନ ଧରି ବିଚାର ବିଭାଗୀୟ କୋର୍ଟ ସ୍ଥାପନ ନେଇ ଦାବି ହୋଇଆସୁଥିବା ବେଳେ ଶେଷରେ ଆଜି ବ୍ଲକ ସଦରଠାରେ ଦେୱାନୀ ବିଚାରପତି ( କନିଷ୍ଠ ବିଭାଗ ) ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧୁକାରୀ ( ଜେଏମଏଫସି ) ଙ୍କ କାର୍ଯ୍ୟାଳୟ ଲୋକାର୍ପିତ ହୋଇଯାଇଛି ।ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍ . ମୁରଲିଧର ଭଚୁଆଲ ଏହାର ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝା , ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର , ଜିଲ୍ଲା ଆରକ୍ଷୀ ଅକ୍ଷକ ବି.ଏସ.ପୁରଷୋତ୍ତମ , ଜିଲ୍ଲା ପରିଷଦ ଉପଧ୍ୟକ୍ଷା ନିବେଦିତା ମହାନ୍ତି , ସାଂସଦ ପ୍ରତିନିଧ ପ୍ରିୟ ରଞ୍ଜନ ଦାସ , ନବରଙ୍ଗପୁର ଜିଲ୍ଲା ବିଚାରପତି ଅଶୋକ ପଣ୍ଡା , ଅତିରିକ୍ତ ଜିଲ୍ଲା ବିଚାରପତି ପ୍ରଣୟ କୁମାର ଦାସ , ଅତିରିକ୍ତ ଜିଲ୍ଲା ବିଚାରପତି ଉମରକୋଟ ସୁନୀଲ କୁମାର ଦାସ , ଜେଏମଏଫସି ଝରିଗାଁ ନିଶା ଅଗ୍ରୱାଲ , ରେଜିଷ୍ଟାର ଅପର୍ଣ୍ଣା ମହାପାତ୍ର , ଉମରକୋଟ ଅକିଲ ସଂଘ ସଭାପତି ତପନ ଦେବନାଥ , ସମ୍ପାଦକ ଶାନ୍ତନୁ ବାହିନୀପତି , ବରିଷ୍ଠ ଆଇନଜୀବୀ ଜୟଦେବ ପରିଡ଼ା , ପ୍ରଶାନ୍ତ ସାହୁ , ସୁବାସ ପଟ୍ଟନାୟକ , , ସଞ୍ଜୟ କୁମାରନାୟକ , ଚନ୍ଦ୍ରଭାନୁ ନାୟକ , ମହମ୍ମଦ ହୁସେନ , , ଅରୁଣ ସିଂ ପ୍ରମୁଖ ଆଇନଜୀବୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here