ସ୍ବାସ୍ଥ୍ୟବୀମା କାର୍ଡ଼ କରାଇଦେବା ନାଁରେ ଠକେଇ ୪ ଯୁବକଙ୍କୁ ଧରି ପୁଲିସ ଜିମା ଦେଲେ ଗ୍ରାମବାସୀ

0
387

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ରାଇଘର ବ୍ଲକ କେବିକଙ୍ଗା ( ଡି . ଏନ.କେ ) ଗ୍ରାମରେ ୪ ଯୁବକ ସ୍ବାସ୍ଥ୍ୟବୀମା କାର୍ଡ଼ କରାଇଦେବା ନାମରେ ଲୋକଙ୍କଠାରୁ ଟଙ୍କା ଆଦାୟ କରିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଶୁକ୍ରବାର ଉକ୍ତ ଯୁବକଙ୍କୁ ଅଟକ ରଖୁବା ସହ କୁଣ୍ଢେଇ ପୁଲିସର ଜିମା ଦେଇଛନ୍ତି । କୁନ୍ଦୁଇ ଥାନା ଅଧୁକାରୀ ପ୍ରସନ୍ନ ସେଠୀ ଉକ୍ତ ୪ଜଣ ଯୁବକଙ୍କୁ ଥାନାକୁ ନେଇ ପଚରା । ଉଚରା ଜାରି ରଖିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ , କଟକ ସ୍ଥିତ ଦିବ୍ୟ ଦୃଷ୍ଟି ଗୃପ୍ ଅପ୍ କମ୍ପାନୀ ପକ୍ଷରୁ ରାଇଘର ବ୍ଲକର ବିଭିନ୍ନ ପଞ୍ଚାୟତରେ ୪ଜଣ ଯୁବକ ପଞ୍ଚାୟତ ଅଫିସର ଭାବେ ନିଯୁକ୍ତ ହୋଇ ଗାଁ ଗାଁ ବୁଲି ସ୍ବାସ୍ଥ୍ୟ ବୀମା କାର୍ଡ଼ କରାଇଦେବା ନିମନ୍ତେ ଡକ୍ୟୁମେଣ୍ଟ ସଂଗ୍ରହ କରୁଥିଲେ । ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଜଣକ ଏକ ସ୍ବାସ୍ଥ୍ୟ ବୀମା କାର୍ଡ଼ କରିବାକୁ ପଡ଼ିବ ବୋଲି କହି ସେମାନଙ୍କ ଠାରୁ ଆଧାର କାର୍ଡ , ପାନ କାର୍ଡ , ଭୋଟର କାର୍ଡ ଓ ଦୁଇଗୋଟି ପାସ୍‌ପୋର୍ଟ ଫୋଟ ସାଙ୍ଗକୁ ୩ଶହ ଟଙ୍କା ଆଦାୟ କରୁଥିଲେ । ଆଜି ଏହି ସଂସ୍ଥାର ୪ଜଣ ପଞ୍ଚାୟତ ଅଫିସର ଦୀପକ ଗଣ୍ଡ , ଅମରଚାନ୍ଦ ଗଣ୍ଡ , ରମେଶ ଗଣ୍ଡ , ଶ୍ରବଣ ଗଣ୍ଡ ବୁଲି ବୁଲି ସ୍ବାସ୍ଥ୍ୟବୀମା କାର୍ଡ଼ କରାଇବା ସମୟରେ କେବିକଙ୍ଗା ( ଡି.ଏନ.କେ ) ଗ୍ରାମର ଲୋକେ ସେମାନଙ୍କୁ ଅଟକ ରଖ୍ ସଂସ୍ଥା ବିଷୟରେପଚାରିବା ସହ ଜଣକ ପିଛା ୩ଶହ ଟଙ୍କା ଆଦାୟ କରିବାର କାରଣ ପଚାରିଲେ । ଯୁବକଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ଗ୍ରାମବାସୀ କୁଠେଇ ପୁଲିସକୁ ଖବର ଦେଇଥିଲେ । କୁନ୍ଦୁଇ ଥାନା ଅଧୁରୀ ପ୍ରସନ୍ନ କୁମାର ସେଠୀ ପହଞ୍ଚି ୪ ଯୁବକଙ୍କୁ ଥାନାକୁ ନେଇ ପଚରା ଉଚରା ଚଳାଇଛନ୍ତି । ଏକ ସପ୍ତାହ ଧରି ଉକ୍ତ ୪ ଯୁବକ ଗ୍ରାମକୁ ଗ୍ରାମ ବୁଲି ବିମା କରେଇ ଦେବା ନାମରେ ଟଙ୍କା ଆଦାୟ କରୁଥିଲେ । ପ୍ରଥମେ । ସେମାନେ ପରଚିପାରା ଡିଏନକେ ଗ୍ରାମକୁ ଯାଇ ୨୦ ଜଣଙ୍କ ଠାରୁ ୩୦୦ । ଟଙ୍କା ଲେଖାଏଁ ଆଦାୟ କରିବା ପରେ କାଉ ଡୋଳା ଗ୍ରାମକୁ ଯାଇ ୧୨ଜଣଙ୍କ ନିକଟରୁ ଟଙ୍କା ଆଦାୟ କରିଥିଲେ ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here