ଜଗନ୍ନାଥପ୍ରସାଦ ପୋଲିସର ଲକ୍ଡ଼ାଉନ ବ୍ୟବସ୍ଥା କଡାକଡି।

0
614

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ) : ଜଗନ୍ନାଥ ପ୍ରସାଦ ବ୍ଲକ ରେ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଲକ ଡାଉନ ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।ତେଣୁ ଏହି ସମୟରେ ସତର୍କତା ଅବଲମ୍ବନ କରିବା ସହ ଆଇନ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।ପ୍ରତ୍ୟେକ ଦିନ ସକାଳ ୭ଟା ରୁ ଅପରାହ୍ନ 12ଟା ପଯ୍ୟନ୍ତ ଅତି ଆବଶ୍ୟକ ରାସନ, ପରିବା,ଫଳ ଓ ଔଷଧୀୟ ଦୋକାନ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ରହିଛି। ଏଥିସହ ଗାଡ଼ି ଚଳାଚଳ ବନ୍ଦ କରିବା ପାଇଁ ସ୍ଥିର ହୋଇଛି। ଅତ୍ୟାବଶ୍ୟକ ସ୍ଥଳେ ହିଁ ବାହାରକୁ ବାହାରି ବାକୁ କୁହାଯାଇଛି।ନିୟମ ଉଲଂଘନ କାରୀ ଙ୍କୁ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଏସମ୍ପର୍କରେ ଜନସାଧାରଣ ଙ୍କୁ ଜଗନ୍ନାଥ ପ୍ରସାଦ ପୋଲିସ ପକ୍ଷରୁ ଫ୍ଲାକ ମାର୍ଚ୍ଚ ଦ୍ୱାରା ସଚେତନ କରାଇଛି।

LEAVE A REPLY

Please enter your comment!
Please enter your name here