୧୦୬ ଲିଟର ବିଦେଶୀ ମଦ ସହ ଅଟୋ ଜବତ, ଜଣେ ଅଟକ

0
592

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା/ ପ୍ରଦୀପ୍ତ କୁମାର ସାହୁ) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ଅଞ୍ଚଳରେ ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ୧୦୬ ଲିଟର ବିଦେଶୀ ମଦ ସହ ମଦ ବୋଝେଇ ଅଟୋ କୁ ମଧ୍ୟ ଜବତ କରିଛି ପୋଲିସ ।ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ସଦଳ ବଳେ ଚଢ଼ାଉ କରି ମଦ ସହ ଅଟୋ କୁ ଜବତ କରି ଫାଣ୍ଡି କୁ ଆଣିଥିବା ବେଳେ ଚୋରା ଚାଲାଣ କରୁଥିବା ଅଭିଯୋଗ ରେ ଆଇତିପୁର ଗ୍ରାମର ବୁଲୁ ପଲେଇ କୁ ଅଟକ ରଖି ପଚରାଉଚରା କରୁଥିବା ପୋଲିସ ସୂଚନା ଦେଇଛନ୍ତି ।ଏ ସମ୍ପର୍କରେ ଥାନା କେସ ନମ୍ବର ୧୧୬/୨୦୨୦ ରେ ଏକ ମକଦ୍ଦମା ରୁଜୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here