କୋଷାଗୁମୁଡା ପୁଲିସର ଜୁଆ ଆଡ୍ଡା ଉପରେ ଚଡାଉ , ୭ ଗିରଫ

0
317

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଚଡାଉ କରିଥିଲା । ଚଡାଉରେ ନଗଦ ଟଙ୍କା ସହ ପୁଲିସ ୭ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ କୋଷାଗୁମୁଡା ଥାନା ଅନ୍ତର୍ଗତ ଫାଂପୁଣି , ପଣ୍ଡୁଗୁଡା , ହଳିଆଗୁଡା , ସୋନପୁର , ଚିକଲପଦର , କଣ୍ଡାପୁରୀ ପ୍ରଭୃତି ଗାଁର କାଜୁ ବଗିଚା ରେ ବେନିୟମ ଭାବେ ଜୁଆ ଆଡ୍ଡା ଚାଲିଥିଲା । କୌଣସି ସୂତ୍ରରୁ କୋଷାଗୁମୁଡା ପୁଲିସ ଖବର ପାଇ ଆଜି ଅଚାନକ ଭାବେ ଉକ୍ତ ସ୍ଥାନ ଗୁଡିକରେ ଚଡାଉ କରିଥିଲା । ଚଡାଉରେ ନଗଦ ୧୬ ହଜାର ୮୭୦ ଟଙ୍କା , ଗୋଟିଏ ବୁଲେରୋ ଗାଡି , ବାଇକ କୁ ଜବତ କରିବା ସହ ୭ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ଅନ୍ୟ କିଛି ଜୁଆଡି ସେଠାରୁ ଚମ୍ପଟ ମାରିଥିଲେ । ଏନେଇ କୋଷାଗୁମୁଡା ଥାନାରେ ୧୩୯/୨୧ ପ୍ରକାରେ ଏକ ମାମଲା ରୁଜୁ କରି ସମସ୍ତ ୭ ଜଣଙ୍କୁ ୪୧ ଦଫାରେ ମୂଲଚିକା ଜାମିନରେ ଛଡା ଯାଇଥିବା ଥାନା ଏଏସଆଇ ବସନ୍ତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here