ଭୋଟ ଗଣନାକାରୀ କର୍ମଚାରୀଙ୍କୁ ମରାଣାତ୍ମକ ଆକ୍ରମଣ

0
347

ବୁଗୁଡା: ବୁଗୁଡା ବ୍ଲକର ୪୧ ନମ୍ବର ଜୋନର ଭୋଟ ଗଣତି ୨୬ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ଏହି ଭୋଟ ଗଣତି କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ନିର୍ବାହୀ ଅଧିକାରୀ ପ୍ରମୋଦ ଚନ୍ଦ୍ର ସେଠୀ ନିୟୋଜିତ ରହିଥିଲେ। ରାତ୍ରରେ ଭୋଟ ଗଣତି କାର୍ଯ୍ୟ ଶେଷପରେ ନିଜ ବାସଗୃହକୁ ଫେରୁଥିବା ବେଳେ ବୁଗୁଡା ବ୍ଲକ ଛକରେ ଆକ୍ରମଣ ହୋଇଥିଲା। ସେହି ସମୟରେ ବ୍ଲକ ଛକରେ ଥିବା ବୁଗୁଡା ବ୍ଲକ ୪୨ ନମ୍ବର ଜିଲ୍ଲା ପରିଷଦ ପାଇଁ ନିର୍ବାଚନ ଲଢ଼ିଥିବା ବିଜେପି ପ୍ରାର୍ଥୀ ତଥା ବେତାରସିଂ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୂୟାଁ ଓ ପ୍ରକାଶ ମହାରଥା ଉଭୟେ ମିଶି ପ୍ରମୋଦ ଚନ୍ଦ୍ର ସେଠୀଙ୍କୁ ଅଟକାଇ ଜାତି ନାମରେ ଗାଳିଗୁଲଜ କରିବା ସହ ଆକ୍ରମଣ କରି ରକ୍ତାତ କରିଥିଲେ। ମୁହଁ, ମୁଣ୍ଡ ଓ ଛାତିକୁ ମାଡ ମାରିଥିବା ନେଇ ଶ୍ରୀ ସେଠୀ ବୁଗୁଡା ପୋଲିସ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଏନେଇ ବୁଗୁଡା ପୋଲିସ ଥାନା କେଶ ନଂ ୧୧୯/୨୨ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ନେଇ ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରଛନ୍ତି। ଆଜି ଅର୍ଥାତ ଫେବୃଆରୀ ୨୭ ତାରିଖ ଦିନ ୪୨ ନଂ ଜୋନ ଜିଲ୍ଲା ପରିଷଦ ଓ ୬ ଟି ପଞ୍ଚାୟତର ଭୋଟ ଗଣତି ଥିବା ବେଳେ ୪୨ ନଂ ବିଜେପି ପ୍ରାର୍ଥୀଙ୍କ ପୂର୍ଣ୍ଣଚନ୍ଦ୍ର ଭୂୟାଁ ଓ ପ୍ରକାଶ ମହାରଥାଙ୍କ ବିରୁଦ୍ଧରେ ପୂର୍ବ ରାତ୍ରରେ ମାମଲା ରୁଜୁ ହୋଇଛି। ଆଜିର ଭୋଟ ଗଣତି ପାଇଁ ବୁଗୁଡା ପୋଲିସ ସତର୍କତା ଅବଲମ୍ବନ କରିବ ବୋଲି ଅନୁମାନ କରାଯାଉଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here