ଡାକବାଜୀ ଯନ୍ତ୍ର ଦ୍ବାରା ଜନତାଙ୍କୁ ସଚେତନ କରାଇଲେ ଖଲ୍ଲିକୋଟ ଥାନା ଅଧିକାରୀ ଓ ବିଡ଼ିଓ

0
463

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ) : କରୋନା ଦାଉରୁ ରକ୍ଷା ପାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ସାରା ଦେଶରେ ଜନତା କର୍ଫ୍ୟୁକୁ ଦେଶବାସୀ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । କେତେକ ରାଜ୍ୟରେ ସଂପୁର୍ଣ୍ଣ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ କେତେକ ରାଜ୍ୟ କିଛି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଆମ ରାଜ୍ୟରେ ୧୪ ଟି ଜିଲ୍ଲାକୁ ଚଳିତ ମାସ ୨୯ ତାରିଖ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯିବା ସହ ପାଳନ ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ରାସନ, ପନିପରିବା ଫଳଦୋକାନ ଓ ଔଷଧ ଦୋକାନ ବ୍ୟତିତ ଅନ୍ୟାନ୍ୟ ଦୋକାନ ବନ୍ଦ କରିବା ସହ ଦୁଇ ଚକିଆ ଯାନରେ ଜଣେ ଓ ଅଟୋ ରିକ୍ସାରେ ଦୁଇଜଣ ଯିବାପାଇଁ ନିର୍ଦ୍ଦେଶ ଥିବାବେଳେ ଗଂଜାମ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳରେ କେତେକ ସ୍ଥାନରେ ବ୍ୟତିକ୍ରମ ଦେଖାଦେଇଛି । ନିର୍ଦ୍ଦେଶକୁ ଗମ୍ଭିରତାର ସହ ନନେଇ କେତେକ ଲୋକ ବେଖାତିର୍ କରୁଥିବାର ନଜିର୍ ରହିଛି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଜନସାଧାରଣ ମାନଙ୍କୁ ସଚେତନ କରିବା ସହ ସରକାରୀ ନିୟମକୁ ଅବଗତ କରାଯାଉଛି । ଆଜି ଖଲ୍ଲିକୋଟ ଥାନା ପୋଲିସ ପକ୍ଷରୁ ଖଲ୍ଲିକୋଟ ଠାରେ ଫ୍ଲାଗମାର୍ଚ କରିବାସହ ଥାନା ଅଧିକାରୀ ସତ୍ୟରଂଜନ ପ୍ରଧାନ ଓ ବିଡ଼ିଓ ନବକୃଷ୍ଣ ଜେନା ଡାକବାଜି ଯନ୍ତ୍ର ମାଧ୍ୟମରେ ଖଲ୍ଲିକୋଟ ଓ ଖଲ୍ଲିକୋଟର କିଛି ପଞ୍ଚାୟତ ବୁଲି ଲୋକଙ୍କୁ ସଚେତନ କରାଇଥିଲେ ।

LEAVE A REPLY

Please enter your comment!
Please enter your name here