କରୋନା ସଂକ୍ରମଣ ରୋକିବାକୁ ନୂତନ ନିର୍ଦ୍ଧେଶନାମା; ଗଞ୍ଜାମ ଜିଲ୍ଲା ପ୍ରଶାସନ ତପ୍ତର

0
1106

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ସମ୍ପାଦକ ପ୍ରଣୟ ପଣ୍ଡା) : ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ପ୍ରୟାସ ଜାରିରହିଛି l ଦିନକୁଦିନ କଠୋର ହେବାରେ ଲାଗିଛି କଟକଣା l ରାଜ୍ୟ ସରକାର ଗତକାଲି ପାଞ୍ଚୋଟି ଜିଲ୍ଲାକୁ ଲକ ଡାଉନ ଘୋଷଣା କରିଥିବା ବେଳେ ସେଥିରେ ଆଜି ଆଉ ନଅ’ ଜିଲ୍ଲା ଯୋଡି ହୋଇଛି l ପ୍ରତି ଜିଲ୍ଲାରେ ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ଦାଇତ୍ୱ ଦିଆଯାଇଛି l ଗତକାଲି ସମସ୍ତେ ଲକ ଡାଉନକୁ ସମ୍ନାନ ଦେଇ ପାଳନ କରିଥିବା ବେଳେ ଆଜି କିନ୍ତୁ ଏହାର ପୁନରାବୃତ୍ତି ଘଟିନଥିଲା l ଅଧିକାଂଶ ଲୋକେ ବିନା ଆବଶ୍ୟକତାରେ ଘର ବାହାରେ ବୁଲୁଥିବା ଦେଖାଦେଇଥିଲା l ଏହାକୁ ରୋକିବା ପାଇଁ ତଥା ନିୟମକୁ କଡାକଡି କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ବ୍ରହ୍ମପୁର ଟାଉନ ହଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନିୟମ କାନୁନ ଉପରେ ବିବୃତି ଦେଇଥିଲେ l ଏହି ନିୟମ ଗୁଡିକ ହେଲା,ଆସନ୍ତା କାଲିଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଯଥା ଗ୍ରୋସରୀ,ପାଚିଲା ଫଳ ଓ ପନିପରିବା ଦୋକାନ ସକାଳ ୭ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହାପରେ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହି ନିୟମକୁ ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଔଷଧ ଦୋକାନ ୨୪ଘଣ୍ଟା ଖୋଲା ରହିବ । ସମ୍ପୂର୍ଣରୂପେ ଦୁଇ ଚକିଆ ଯାନବାହାନ ଚଳାଚଳ ବନ୍ଦ ରହିବ, ଅତି ଜରୁରୀ ନଥିଲେ କେହି ଘର ବାହାରକୁ ବାହାରିବେ ନାହିଁ l ତେଣୁ ଆସନ୍ତାକାଲି ଠାରୁ ସରକାରୀ ଯାନବାହାନକୁ ବାଦ୍ ଦେଲେ କୌଣସି ଗାଡି ଓ ବାଇକ ଚଳାଚଳକୁ ଗ୍ରହଣ କରାଯିବ ନାହିଁ। ବ୍ରହ୍ମପୁର ସହର ସମେତ ଜିଲ୍ଲାର କୌଣସି ସ୍ଥାନରେ ଗାଡ଼ି ଚଳାଚଳ କରୁଥିବା ନଜରକୁ ଆସିଲେ ପୋଲିସ ଓ ଆରଟିଓ ପକ୍ଷରୁ ଜୋରିମାନା ଆଦାୟ କରାଯିବ। ତେବେ ମିଡିଆରେ କାମକରୁଥିବା ବ୍ୟକ୍ତିମାନେ ପାସ ପାଇବେ l ଏହି ସମ୍ମିଳନୀରେ ଜିଲ୍ଲାପାଳଙ୍କ ସହ ବିଏମସି କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର, ଉପଜିଲ୍ଲାପାଳ ଦତ୍ତାଦେୟ ଭାଉ ସାହେବ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here