ବିଜେପି ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ହେଲେ ଓମ୍ ପ୍ରକାଶ

0
349

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ପାପଡାହାଣ୍ଡି ବ୍ଲକ ବିଜେପି ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଭାବେ ଓମ୍ ପ୍ରକାଶଙ୍କୁ ମନୋନୀତ କରାଯାଇଛି । ଏହି ପଦବି ନିମନ୍ତେ ମନୋନୀତ ହେବା ପରେ ଓମ୍ ପ୍ରକାଶ ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଲଭଦ୍ର ମାଝା , ପୂର୍ବତନ ସାଂସଦ ପର୍ଶୁରାମ ମାଝା , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଙ୍ଗୀ , ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ନାୟକଙ୍କ ସମେତ ଜିଲ୍ଲା ଓ ବ୍ଲକର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ପାପଡ଼ାହାଣ୍ଡି ବ୍ଲକରେ ବିଜେପି ଦଳରେ ନିଷ୍ଠାପର ଭାବେ କାମ କରିବା ସହ କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବି ବୋଲି ଓମ୍ ପ୍ରକାଶ କହିଛନ୍ତି ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here