ପ୍ରେମୀ ଯୁଗଳଙ୍କ ମୃତ ଶରୀର ଜଙ୍ଗଲ ଗଛରୁ ଉଦ୍ଧାର

0
621

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ସଂସାର ଆରମ୍ଭ ପୂର୍ବରୁ ଆରପାରିକୁ ଚାଲିଗଲେ ଲଭବାର୍ଡ | ପ୍ରେମର ପାଠ ପଢୁ ପଢୁ ବାଛିନେଲେ ଆତ୍ମହତ୍ୟାର ବାଟ | ଆଜି ପାପଡାହାଣ୍ଡି ବ୍ଲକ୍ ରେ, ଏମିତି ଘଟଣା ଘଟିଛି ଯାହାକି ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି | ଆଜି ସକାଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ପଂଚାୟତର କୋଦଭଟା ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି | ଯୁବତୀ କୋଦଭଟା ଗ୍ରାମର ଶୁକମନ୍ ଭତରାଙ୍କ ଝିଅ , ସବିତ୍ରୀ ଭତରା, ଯୁବକ କୋଇଲାରି ଗ୍ରାମର ବୁଦ୍ରା ଭତରାଙ୍କ ପୁଅ ବିଷ୍ଣୁ ଭତରା।ଯୁବତୀଙ୍କ ପରିବାରର କହିବା ମୁତାବକ ଗତକାଲି ସନ୍ଧ୍ୟାରୁ ସେ ନିଖୋଜ ଥିଲେ | ଆଜି ଜଙ୍ଗଲରେ ଉଭୟ ପ୍ରେମିକ-ପ୍ରେମିକାଙ୍କର ମୃତଦେହ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା | ଏହା ଜଣାପଡିବା ପରେ ଯୁବତୀଙ୍କ ପରିବାର ପକ୍ଷରୁ ପାପଡାହାଣ୍ଡି ଥାନାରେ ଏତଲା ଦିଆଯାଇଛି | ତେବେ ମୃତ୍ୟୁର କାରଣ ଜଣାପଡିନାହିଁ |ଘଟଣା ସ୍ଥଳରେ ପପଡ଼ାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ପାପଡ଼ାହାଣ୍ଡି ଥାନା ଆଆଇସି ଶୁଭେନ୍ଦୁ କୁମାର ଶବର ଏ ଏସ୍ ଆଇ – ଲାବନ୍ୟ ବେମୋଲ , ସେକେଣ୍ଡ ଅଫିସର,ଶିବାଜି ପଣ୍ଡା , କନେଷ୍ଟଳ ମକରନ୍ଦ ମାଝୀ ଓ ରମଣୀ ବାଘ ଘଟଣାର ତଦନ୍ତ କରିଥଲେ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here