ବାଲୁକା କଳାରେ କରୋନା ସଚେତନତା ବାର୍ତ୍ତା

0
469

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାରା ବିଶ୍ୱକୁ ଘାରିଛି କରୋନା ଚିନ୍ତା । ଏହାର ମୁକାବିଲା କରିବା ପାଇଁ ରବିବାର ସାରା ଭାରତ ବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କ୍ରମେ ଜନତା କର୍ଫ୍ୟୁ ପାଳନ କରିଛନ୍ତି । କରୋନାକୁ ନେଇ ସତର୍କତା ଓ ସଚେତନତା ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ନିଆରା କାର୍ଯ୍ୟକ୍ରମକୁ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସତ୍ୟ ମହାରଣା ସମର୍ଥନ କରିଛନ୍ତି । ସମର୍ଥନ କରିବା ସହ ସେ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ । କରୋନାକୁ ଦୃଷ୍ଟିରେ ରଖି ଲୋକେ ସଚେତନ ହେବା ସହ ଦରକାର ଥିଲେ କେଵଳ ଘରୁ ବାହାରକୁ ଯିବାକୁ ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here