ରାଜ୍ୟରେ ସୁସ୍ଥ ହେଲେ ୧୮୪ କରୋନା ଆକ୍ରାନ୍ତ

0
332

ଭୁବନେଶ୍ୱର:ଆଜି ରାଜ୍ୟରେ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୬୦୬କୁ ବୃଦ୍ଧି ପାଇଛି।ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ଜଣ ଗଞ୍ଜାମର ରହିଥିବା ବେଳେ ଖୋର୍ଧାରୁ ୪୫, ବାଲେଶ୍ୱରରୁ ୩୧, ଗଜପତିରୁ ୧୨, ଭଦ୍ରକରୁ ୧୦ ଜଣ ସୁସ୍ଥ ହୋଇଛନ୍ତି ।ସେହିପରି ଜଗତସିଂପୁରର ୬, ଝାରସୁଗୁଡାରୁ ୬, କେନ୍ଦ୍ରାପଡା ଓ ପୁରୀରୁ ୫ ଜଣ ଲେଖାଏଁ, ସୁନ୍ଦରଗଡରୁ ୪, ବଲାଙ୍ଗୀର ଓ କେଉଁଝରରୁ ୩, କଚକରୁ ୨, ଅନୁଗୋଳ, ଯାଜପୁର, କନ୍ଧମାଳ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here