ଅରୁଣା ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

0
927

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପକ୍ଷରୁ କରୋନା ରୂପକ ମହରାରୀ ର ମୁକବିଲା ପାଇଁ ଏକ ବ୍ୟପକ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ପଦ୍ମନାଭ ଦାବେ ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅରୁଣା ର ନିର୍ଦ୍ଧେଶକ ଲୋକନାଥ ମିଶ୍ର ଜନସଚେତନତା ଦ୍ୱାରା ଏହି କରୋନା ସଂକ୍ରମଣ କୁ ରୋକାଯାଇପାରିବ ବୋଲି ମତ ରଖିଛନ୍ତି ଏହାସହ ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ର 11 ଟି ବ୍ଲକରେ ବୁଲି ସଚେତନତା କରିବା । ଏଚ ଆଇ ଭି ଆକ୍ରାନ୍ତ, ଶିଶୁ ଓ ବୃଦ୍ଧ ବ୍ୟକ୍ତିଙ୍କର ରୋଗପ୍ରତିଷେଧକ ଶକ୍ତି କମ ଥିବାରୁ ସେମାନଙ୍କର ସଂକ୍ରମଣ ହେବାର ଅଧିକ ଆଶଙ୍କା କୁ ଦୃଷ୍ଟିରେ ରଖି ଉକ୍ତ ସଚେତନତା କାର୍ଯ୍ୟକ୍ରମ ର ଲକ୍ଷ ରଖାଯାଇଛି । ଅରୁଣା ର ସମ୍ପାଦିକା ସୌଦାମିନି ରଥ, କୋଷାଧ୍ୟକ୍ଷ ବିଭୁଦତ୍ତ ପଟନାୟକ ଉପସ୍ଥିତ ଥିବାବେଳେ ସୁସ୍ମିତା ଭୋଇ, ଦେବିଦତ୍ତ ରଥ, ବିପିନ ଦିଗଲ, ମାର୍କଣ୍ଡ ମିଶ୍ର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here