କଡା ଆଭିମୁଖ୍ୟ ସହ ସ୍କ୍ୱାର୍ଡ ଗଠନ କଲା ଭଞ୍ଜନଗର ପ୍ରଶାସନ

0
671

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା/ ନିଲୁ ବିଶୋଇ) : କୋରନା ଭୁତାଣୁ ସଚେତନତାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସଚେତନତା ପାଇଁ ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ନିଆ ଯାଇଥିବା ବେଳେ ବହୁ ଲୋକ ଓ ଦୋକାନୀ ମାନେ ନିୟମ ଉଲଂଘନ କରି କଟକଣା ସତ୍ୱେ ଦୋକାନ ବଜାର ଖୋଲି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି। ତେଣୁ ଉପଜିଲ୍ଲାପାଳ ଙ୍କ ନିଦେଶ ଅନୁସାରେ ଆଜି ଠାରୁ ୩ଟି ସ୍କ୍ୱାର୍ଡ ଗଠନ କରି ଚଢ଼ାଉ କରିବା ପାଇଁ ସ୍ଥିର ହୋଇଛି। ସହର ମଧ୍ୟରେ ୨ଟି ସ୍କ୍ୱାର୍ଡ ଓ ଗ୍ରାମାଂଚଳରେ ୧ ସ୍କ୍ୱାର୍ଡ ଦୋକାନୀ ମାନଙ୍କ ଉପରେ ସକାଳେ ଓ ସନ୍ଧ୍ୟାରେ ନଜର ରଖିବେ। ଯେଉଁ ଦୋକାନୀ ମାନେ ନିୟମ ଉଲଂଘନ କରି ବେପାର କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ର ବ୍ୟବସ୍ଥା ଗ୍ରହଣ କରାଯିବ

LEAVE A REPLY

Please enter your comment!
Please enter your name here