କରୋନା ଭାଇରସରୁ ଲୋକଙ୍କୁ ସୁରକ୍ଷିତ କରିବା ପାଇଁ ବାଲୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା

0
477

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସତ୍ୟ ମହାରଣା ନିଜର ବାଲୁକା କଳା ମାଧ୍ୟମରେ କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ନିଜ ଘର ସାମ୍ନାରେ କଳାକୃତି କରି ସେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି । ଏହା ସହ କରୋନା ସଂକ୍ରମଣ ବିଷୟରେ ଭୟଭୀତ ନ ହୋଇ ଧୈର୍ଯ୍ୟର ସହ ଏହାର ମୁକାବିଲା କରିବା,ବାରମ୍ୱାର ହାତ ଧୋଇବା,ଏହି ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସି ଦୂରରେ ରହିବା,ମାସ୍କ କରିବା,ଜନଗହଳିଠାରୁ ଦୂରତା ରକ୍ଷା କରିବା,ନିଜେ ସଚେତନ ହୋଇ ଅନ୍ୟଙ୍କୁ ସଚେତନ କରା କରିବା ଇତ୍ୟାଦି ବାଲୁକା କଳା ଦ୍ୱାରା ସୂଚାଇ ଛନ୍ତି ଶିଳ୍ପୀ ସତ୍ୟ ମହାରଣା । ଏଭଳି ଏକ ବାଲୁକା କଳାକୁ ଦେଖି ଲୋକେ ସଚେତନତା ହେଉଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here