୩୫ ବର୍ଷ ପରେ ମିଳିଲା ଅଧିକାର,ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତ ଙ୍କୁ ମିଳିଲା ଜମି ପଟ୍ଟା

0
292

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା), ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ବାସହରା ହୋଇଥିଲେ ଅନେକ ପରିବାର ।ଜମି ହରାଙ୍କୁ ଜମି ଯୋଗାଇଦେଇଥିଲେ ସରକାର କିନ୍ତୁ ଦେଇ ନଥିଲେ ପଟ୍ଟା ।1986 ମସିହାରୁ ଏହି ବାସହରା ପରିବାର ନିଜର ହକ ପାଇଁ ଲଢ଼େଇକରି ଆସୁଛନ୍ତି ।ଦୀର୍ଘ 35 ବର୍ଷର ପରେ ବିସ୍ଥାପିତ ଙ୍କୁ ତାଙ୍କ ହକ ପ୍ରଦାନ ପାଇଁ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଙ୍କ ପ୍ରଚେଷ୍ଟାରେ ଆଜି 156 ଜଣ ବିସ୍ଥାପିତ ଙ୍କ ମଧ୍ୟରୁ 70 ଜଣ ବିସ୍ଥାପିତ ଙ୍କୁ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ତେନ୍ତୁଳିଖୁଣ୍ଟି ତହସିଲଦାର ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଛି ।ଦୀର୍ଘ ଦିନର ବ୍ୟବଧାନ ତଥା 35 ରୁ ଉର୍ଦ୍ଧ୍ବ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପରିବର୍ତ୍ତନ ପରେ ନବରଙ୍ଗପୁର ଜିଲାପାଳ ଙ୍କ କୋର୍ଟ ରେ ଶୁଣାଣି କରାଯାଇ ବିସ୍ଥାପିତ ଙ୍କୁ ପଟା ଯୋଗାଇଦେବାକୁ ନିଷ୍ପତି କରଯାଇଛି।ତହସିଲଦାର ପ୍ରତିଟି ବିସ୍ଥାପିତ ପରିବାର ଙ୍କ ଡୋରଷ୍ଟେପ ରେ ପହଂଚି ଅନୁଧ୍ୟାନ ପରେ ଏହି କାର୍ଯ୍ୟକ୍ରମ କରାଯାଇଛି ।ଆଜି 70 ଜଣ ବିସ୍ଥାପିତ ଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ବାକି ବିସ୍ଥାପିତ ଙ୍କୁ ତୁରନ୍ତ ଯୋଗାଇଦେବା ପାଇଁ କାର୍ଯ୍ୟ ଚାଲୁରହିଥିବା କହିଛନ୍ତି ଜିଲ୍ଳାପାଳ।ଆଜି ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ଡ଼ ଅଜିତ କୁମାର ମିଶ୍ର ଙ୍କ ସହ ପୁନଃ ବସତି ଓ ଥଇଥାନ ଅଧିକାରୀ ବା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର କର ,ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବିଭୂଚରଣ ମିଶ୍ର ,ବ୍ଲକ ଅଧକ୍ଷ୍ୟା ଦେବକୀ ନାୟକ,ଗୋଷ୍ଟି ଉନୟନ ଅଧିକାରୀ ପଦ୍ମନାଭ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।ବୁଢ଼ୀ ଅଂଚଳ ଗଣ ପରିଷଦ ର ସଭାପତି ସୁଧୀର କୁମାର ସୁନା ଜିଲ୍ଳାପାଳ ଙ୍କୁ ଧନ୍ୟବାଦ ଦେବାସହ ଅନ୍ୟ ହିତାଧିକାରୀ ଙ୍କୁ ତୁରନ୍ତ ପଟ୍ଟା ଯୋଗାଇଦେବା ପାଇଁ ଦାବି କରିଛନ୍ତି ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here