ଧାରା ୩୭୦ ଓ ଅନୁଚ୍ଛେଦ ୩୫ଏ ଉଚ୍ଛେଦ ନେଇ ବ୍ରହ୍ମପୁର ସହରର ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ଲହରୀ

0
716

ବ୍ରହ୍ମପୁର ୫/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଧାରା ୩୭୦ ଓ ଅନୁଚ୍ଛେଦ ୩୫ଏ ଉଚ୍ଛେଦ ନେଇ ସମଗ୍ର ଦେଶ ଉତ୍ସାହିତ ଥିବାବେଳେ ବ୍ରହ୍ମପୁର ସହରରେ ବିଜେପି କାର୍ଯ୍ୟକର୍ତାମାନଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳି ଯାଇଛି | କେନ୍ଦ୍ର ସରକାରଙ୍କ ଉଲ୍ଲେଖନୀୟ ପଦକ୍ଷେପକୁ ସ୍ୱାଗତ କରି ଆଜି ଭାରତୀୟ ଜନତା ପାର୍ଟି ଗଂଜାମ ଜିଲ୍ଲା ତରଫରୁ ସମସ୍ତ କାର୍ଯ୍ୟକର୍ତା ଗାନ୍ଧୀ ନଗର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକତ୍ରିତ ହେବା ସହ ଊତ୍ସର୍ଵ ପାଳନ କରିଛନ୍ତି |କାର୍ଯ୍ୟକର୍ତାମାନେ ବାଣ ଫୁଟାଇବା ସହିତ ମିଷ୍ଟାନଃ ବଣ୍ଟନ କରିଥିଲେ | ଭାରତ ମାନଚିତ୍ରରେ ଭାରତର ମୁକୁଟ ଜାମ୍ମୁ କାଶ୍ମୀରକୁ ପ୍ରକୃତ ମାନ୍ୟତା ପ୍ରଦାନ କରାଯାଇଛି | ଦେଶ ସ୍ୱାଧୀନ ହେବା ପରଠାରୁ ବିଭିନ୍ନ ରାଜନୈତିକ ଷଡଯନ୍ତ୍ର ଦ୍ୱାରା ଦେଶରୁ ଭିନ୍ନ ଭାବେ ପରିଗଣିତ କରି ଜାମ୍ମୁ କାଶ୍ମୀର ଅଧିବାସୀମାନଙ୍କୁ ବିଭିନ୍ନ ଯୋଜନାରୁ ବଂଚିତ କରି ରଖାଯାଉଥିଲା, ଫଳସ୍ୱରୂପ ଆଥିର୍କ,ସାମାଜିକ ଉନ୍ନତି ହୋଇପାରୁନଥିଲା | ଆଜି ସେସବୁରେ ପୂର୍ଣ୍ଣଛେଦ ପଡିଛି ଓ ଆଜି ଠାରୁ ଜାମୁ କାଶ୍ମୀର ପ୍ରତିଟି କ୍ଷେତ୍ରରେ ଦେଶର ଅନ୍ୟାନ୍ୟ ରାଜ୍ୟ ସହ ସମକକ୍ଷ ହୋଇପାରିବ | ଏଣୁ ଜାମ୍ମୁ କାଶ୍ମୀର ସହ ସମ୍ପୂର୍ଣ ଭାରତ ପ୍ରକୃତରେ ସ୍ୱାଧୀନତା ପାଇଛିବୋଲି ଆଜିର ଏହି ଅବସରରେ ନିଜର ମତ ରଖି ଜିଲ୍ଲା ସଭାପତି ଶ୍ରୀ କାଁହୁଚରଣ ପତି ଖୁସି ପ୍ରକଟ କରିଛନ୍ତି | ଏହି ଅବସରରେ ରାଜ୍ୟ ସମ୍ପାଦକ ଶ୍ରୀ ବିଭୁତି ଜେନା ଓ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁବକ୍ସି ପାତ୍ର ଯୋଗଦେଇ ନିଜର ଉତ୍ସାହ ବ୍ୟକ୍ତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ମନୋଜ ପଟ୍ଟନାୟକ ,ରାଜେଶ ସାହୁ,ସୁନୀଲ କୁମାର ସାହୁ,ପ୍ରଭାତ ଷଡ଼ଙ୍ଗୀ,ପ୍ରବୀର ପାତ୍ର,ଶରତ ସାହୁ, ଅମୁଲ୍ୟ ଚୌଧୁରୀ,ମଦନ ମୋହନ ପାତ୍ର,ପ୍ରଦୀପ ମିଶ୍ର,ଇଂ.ରାଜେନ୍ଦ୍ର କୁମାର,ଶିବପ୍ରସାଦ ପାତ୍ର,ପ୍ରଦୀପ ଶତପଥୀ,ଦି.କରୁଣା କର,ସୁନୀଲ ପାତ୍ର,ଭାବଗ୍ରାହୀ ପାଳ,ରଜତ ପଣ୍ଡିତ,ମଧୁସୂଦନ ସାହୁ,ପ୍ରଫୁଲ ପାଣିଗ୍ରାହୀ,ଶିବ ଅଧିକାରୀ,ସରୋଜ ସାବତ,ଏସ.ଶ୍ରୀନିବାସ ରାଓ,ବିନାୟକ ରଥ,ଗୌରୀ ମହାନ୍ତି,ବିଜୟ ପଣ୍ଡା,ସନ୍ତୋଷ ପାଣିଗ୍ରାହୀ,ସୂର୍ଯ୍ୟ ନାହାକ,ଟି.ରବି କିରଣ,ସଁ.ରାଣୀ,ସୁବାସିନୀ ପଟ୍ଟନାୟିକ,ନମିତା ପଣ୍ଡା,ରାମ ପାତ୍ର,ଟି.ଏଲ.ଏ ଆଚାରୀ,ସରୋଜ ପାତ,ତୁମ୍ବେଶ୍ୱର ନାୟକ,ସୁଜାତା ବିଶୋଇ,ଶିବ ନାୟକ,ରାମନାଥ ଗନ୍ତାୟତ,ଏସ.ରାଜା ରାଓ,ସୁବାଷ ସାହୁ,ସୁଶୀଳା ମଲ୍ଲିକ,ମାନିନୀ ଦେବୀ,ପ୍ରଶାନ୍ତ ମହାରଣା,ରବି ନାରାୟଣ ସାବତ ପ୍ରମୁଖଙ୍କ ସମେତ ଶତାଧିକ ବି.ଜେପି କାର୍ଯ୍ୟକର୍ତା ଯୋଗ ଦେଇଥିଲେ |

LEAVE A REPLY

Please enter your comment!
Please enter your name here