ବ୍ରହ୍ମପୁର ଆର.ପି.ଏଫ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ସମ୍ପର୍କରେ ଜନ ସଚେତନତା

0
571

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ବ୍ରହ୍ମପୁର ରେଳ ଷ୍ଟେସନଠାରେ ଆର.ପି.ଏଫ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ସମ୍ପର୍କରେ ସଚେତନତା କରାଇବା ସହ ଏହାର ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ରେଳ ଯାତ୍ରୀଙ୍କୁ ଅବଗତ କରାଯାଇଥିଲା । ବ୍ରହ୍ମପୁର ଆର.ପି.ଏଫ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାରଙ୍କ ନେତୃତ୍ୱରେ ଆର.ପି.ଏଫ ଯବାନମାନେ ରେଳ ଷ୍ଟେସନର ପ୍ଲାଟଫର୍ମ ଓ ପରିସରରେ ରେଳ ଯାତ୍ରୀଙ୍କୁ ଭୁତାଣୁର ଭୟାବହତା ବିଷୟରେ ବୁଝାଇବା ସହ ଏହାର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ରେଳ ଯାତ୍ରୀ ଓ ସ୍ଥାନୀୟ ଜନସାଧାରଣ,ଅଟୋ ଡ୍ରାଇଭରମାନଙ୍କୁ କରୋନା ଭୁତାଣୁ ଠାରୁ କିପରି ଦୂରରେ ରହିବେ ସେ ବିଷୟରେ ବୁଝାଯାଇଥିଲା । ଷ୍ଟେସନରେ ମାଇକ୍ ଯୋଗେ ଯାତ୍ରୀଙ୍କୁ ନିଜକୁ ଅନ୍ୟ ମାନଙ୍କୁ କରୋନା ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରଖନ୍ତୁ, ହାତ ସଫା କରନ୍ତୁ, ଯାତ୍ରାବେଳେ ମୁହଁରେ ମାସ୍କ ଓ କପଡା ବାନ୍ଧି ରଖନ୍ତୁ, ୧ମିଟର ଦୂରରେ ବସନ୍ତୁ, ଅଟୋରେ କେବଳ ଦୁଇଜଣ ବସି ଯାତ୍ରା କରିବା, ନିକଟରେ ଯେଉଁ ଯାତ୍ରୀଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥିବ ତାଙ୍କୁ ମେଡିକାଲ୍ ଯିବା ପାଇଁ ପରାମର୍ଶ ଦିଅନ୍ତୁ ଇତ୍ୟାଦି ଏବଂ ଆବଶ୍ୟକସ୍ଥଳେ ୧୮୨ ହେଲ୍ପ ଲାଇନ୍ ସହ ଯୋଗାଯୋଗ କରନ୍ତୁ ବୋଲି ସଚେତନତା ବାର୍ତ୍ତା ଦିଆଯାଇଥିଲା । ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ଯାତ୍ରୀଙ୍କୁ ଚିକିତ୍ସାର ସୁଯୋଗ ନେଇ ଆବଶ୍ୟକ ସ୍ଥଳେ କରେଁଟାଇନର ସୁଯୋଗ ନେବା ପାଇଁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here