ଫେସବୁକରେ କରୋନା ସଂକ୍ରମିତ ନେଇ ଗୁଜବ ପ୍ରଚାର କରି ଯୁବକ ଗିରଫ

0
640

ମୋହନା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ‘କରୋନା’କୁ ନେଇ ଗୁଜବ ପ୍ରଚାର ନକରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସତ୍ତ୍ୱେ ଫେସ୍ବୁକରେ ‘କରୋନା’ ସଂକ୍ରମିତ ନେଇ ଗୁଜବ ପୋଷ୍ଟ କରି ଜଣେ ଯୁବକ ଆଜି ଗିରଫ ହୋଇଛନ୍ତି । ଗିରଫ ଯୁବକ ଜଣକ ଗଜପତି ଜିଲ୍ଲା ମୋହନା ଥାନା ମଳାସପଦର ଗ୍ରାମର ସୂର୍ଯ୍ୟ ପ୍ରଧାନ l ଗତ ୧୮ତାରିଖରେ ସୂର୍ଯ୍ୟ ନିଜ ଫେସବୁକ୍ ଆକାଉଣ୍ଟରେ ମୋହନା ବ୍ଲକ ବେତାରସିଂ ଗ୍ରାମରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ନେଇ ତଥ୍ୟ ଅପଲୋଡ୍ କରିଥିଲେ l ଏନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଥିଲେ। ପରେ ମୋହନା ତହସିଲଦାର ଘଟଣା ସମ୍ବନ୍ଧରେ ତଦନ୍ତ କରିବା ସହ କେହି ବ୍ୟକ୍ତି ଆକ୍ରାନ୍ତ ହୋଇନଥିବା ଜାଣିବାକୁ ପାଇଥିଲେ ଏବଂ ଗୁଜବକାରୀକୁ ଧରିବା ପାଇଁ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ l ମୋହନା ଅଞ୍ଚଳରେ କୌଣସି ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇନଥିବା ବିଷୟରେ ଆର.ଉଦୟଗିରି ଏସ.ଡ଼ି.ପି.ଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l
ପୋଲିସ ଅଭିଯୁକ୍ତଙ୍କ ମୋବଇଲ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି l

LEAVE A REPLY

Please enter your comment!
Please enter your name here