କରୋନା ସଂକ୍ରମଣ ରୋକିବାକୁ ନୂତନ ନିର୍ଦ୍ଦେଶନାମା; ଗଞ୍ଜାମ ଜିଲ୍ଲା ପ୍ରଶାସନ ତପ୍ତର

0
949

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ସମ୍ପାଦକ ପ୍ରଣୟ ପଣ୍ଡା ) : କରୋନା ଭାଇରସ ଏବେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏଣୁ ଭାଇରସକୁ ରୋକିବା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଆଜି ବ୍ରହ୍ମପୁର ବିଏମସି ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରି ସିଟି ବସ ଓ ଘରୋଇ ବସମାନଙ୍କ ପାଇଁ କେତେକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ନିର୍ଦ୍ଦେଶାବଳୀ ଅନୁସାରେ ପୂର୍ବରୁ ଗୋଟିଏ ବସରେ ଯେତିକି ଲୋକ ଯାତ୍ରା କରୁଥିଲେ ଏବେ ତାହାର ଅଧାଲୋକ ସେଥିରେ ବସି ଯାତ୍ରା କରିବେ। ବସରେ ଲୋକମାନେ ପରସ୍ପରଠାରୁ ଏକ ମିଟର ଦୂରତାରେ ବସିବେ। ଯଦି କୌଣସି ବସ୍ ଏହି ନିୟମ ଉଲ୍ଲଘଂନ କରେ ତେବେ ପ୍ରଶାସନ ତରଫରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୋଟିଏ ଥର ଯାତ୍ରା ଶେଷ ହେବା ପରେ ବସର ସିଟ୍ ଓ ହ୍ୟାଣ୍ଡେଲକୁ ସଫା କରାଯିବ । ଏହାସହ ହାତ ଧୋଇବା ପାଇଁ ସାବୁନ୍ ଓ ପାଣିର ବ୍ୟବସ୍ଥା କରାଯିବ,କାଶୁଥିବା କିମ୍ବା ଛିଙ୍କୁଥିବା ଲୋକମାନଙ୍କୁ ଟିସୁ ପେପର ଦିଆଯିବ । ଅଟୋରେ ଦୁଇ ଜଣ ଯାତ୍ରୀ ଯାଇପାରିବେ ଏବଂ ବାଇକରେ କେବଳ ଜଣେ ହିଁ ଯାଇପାରିବେ। ୭ଜଣରୁ ଅଧିକ ଗୋଟିଏ ସ୍ଥାନରେ ଗହଳି କରି ରହିପାରିବେ ନାହିଁ । ହୋଟେଲ୍,ରେଷ୍ଟୁରାଣ୍ଟ, ବାର୍, ଲଜ ବନ୍ଦ ରହିବ । ଏହି ସାମ୍ବାଦିକ ସମ୍ମିଳନୀରେ ବିଇଏମସି ଶ୍ରୀ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଏସ.ପି ଶ୍ରୀ ପିନାକ ମିଶ୍ର,ଗଂଜାମ ଏସ.ପି ଶ୍ରୀ ବ୍ରିଜେଶ ରାଏଙ୍କ ସମେତ ବସ ଆସୋସିଏସନ, ହୋଟେଲ ଆସୋସିଏସନ ଓ ରେଷ୍ଟୁରାଣ୍ଟ ମାଲିକମାନେ ଉପସ୍ଥିତ ଥିଲେ। ଆସନ୍ତା ୧୫ ଦିନ ହିଁ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here