ଅକ୍ସଫର୍ଡ ପବ୍ଲିକ ସ୍କୁଲ ପୁରସ୍କାର ବିତରଣୀ ଉତ୍ସବ ଉଦଘାଟିତ

0
284

ବ୍ରହ୍ମପୁର:ସ୍ଥାନୀୟ ଲାଞ୍ଜିପଲ୍ଲୀ ରାଜପଥ ସ୍ଥିତ ଅକ୍ସଫର୍ଡ ପବ୍ଲିକ ସ୍କୁଲ ର ଚତୁର୍ଦଶ ଖେଳକୁଦ ସମାରୋହ ର ତିନି ଦିନ ବ୍ୟାପି ପୁରସ୍କାର ବିତରଣି ଉତ୍ସବ ମହା ଆଡମ୍ବର ରେ ଉଦ୍ଘାଟିତ ହୋଇଯାଇଛି ।ଆୟୋଜିତ ସଭାରେ ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରମୋଦ ଅଗ୍ରୱାଲା ସଭାପତିତ୍ୱ କରି ଶିଶୁ ଙ୍କ ଶାରୀରିକ ପ୍ରଗତିରେ ଖେଳକୁଦ ର ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନ ର ନିର୍ଦେଶକ ଇ. ଅଶୋକ କୁମାର ପାଳ ଅତିଥି ପରିଚୟ ପୂର୍ବକ ଉତ୍ସବ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ରହ୍ମପୁର ବିଧାୟକ ଡ. ବିକ୍ରମ ପଣ୍ଡା ଆଜିର ଦୁନିଆ ରେ ବିନା ଖେଳକୁଦ,ଓ ଶାରୀରିକ ପରିଶ୍ରମ ରେ ଭୋଗୁ ଥିବା ରୋଗ ଉପରେ ଆଲୋକପାତ କରି ଶିଶୁ ଙ୍କୁ ଖେଳକୁଦ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଅଭିଭାବକ ଙ୍କୁ ଅନୁରୋଧ କରିଥିଲେ ।ଅନ୍ୟ ଅତିଥି ଭାବେ ଡ ଭଗବାନ ଗନ୍ତାୟତ, ସ୍ୱର୍ଣାଳତା ସାବତ, ଡ. ସୋନାଲି ଗନ୍ତାୟତ ଦୁର୍ଗାମାଧବ ସାବତ, ଅରୁଣ କୁମାର ଦାଶ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରି ପୁରସ୍କାର ବଣ୍ଟନ ରେ ସହୋଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ରବି ସାହୁକାର,ରମାକାନ୍ତ ରଥ,ଙ୍କ ତତ୍ବାଧାନରେ ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଓ ଚିନ୍ମୟ ଓ ପ୍ରଶାନ୍ତ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here