କଠୋର ପଦକ୍ଷେପ ଗ୍ରହଣ କଲା ଭଞ୍ଜନଗର ପ୍ରଶାସନ।

0
892

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ ନିଲୁ ବିଶୋଇ) : ଭଞ୍ଜନଗର ପ୍ରଶାସନ ପକ୍ଷରୁ କୋରନା ଭୁତାଣୁ କୁ ନେଇ ସଚେତନତା ଓ ପଦକ୍ଷେପ କୁ ଜୋରଦାର କରାଯାଇଛି। ପୂର୍ବରୁ ପରିବା, ରାଶନ ଓ ଔଷଧ ଦୋକାନ କୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିବା ବେଳେ ସହର ମଧ୍ୟରେ ବହୁ ବ୍ୟବସାୟୀ ମାନେ ନିୟମ ଉଲଂଘନ କରି ବେପାର ଚଲାଇ ଥିବା ଦେଖି ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଙ୍କ ନେତୃତ୍ୱରେ ବିଡ଼ିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ ଓ ଏନ.ଏ. ସି କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ସହର ମଧ୍ୟରେ ନିୟମ ଉଲଂଘନ କରି ଖୋଲାଥିବା ସମସ୍ତ ଦୋକାନ କୁ ବନ୍ଦ କରିବାକୁ କଡା ଆଦେଶ ଦେଇଥିଲେ। ସେଥି ମଧ୍ୟରୁ କିଛି ଦୋକାନୀ ଙ୍କୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି। ଅନ୍ୟ ପଟେ ଜନସାଧାରଣ ଙ୍କୁ ସଚେତନତା କରିବାପାଇଁ ସହର ଓ ଗ୍ରାମାଞ୍ଚଳରେ ପ୍ରଶାସନ ତରଫରୁ ନିୟୋଜିତ ସଚେତନତା ଗାଡି ବୁଲୁଥିବା ବେଳେ ଏଥିରେ ସହ ଯୋଗ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରାଯାଉଛି।

LEAVE A REPLY

Please enter your comment!
Please enter your name here