ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ଓ ବିଦେଶୀ ମଦ ଜବତ

0
645

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା/ ପ୍ରଦୀପ୍ତ କୁମାର ସାହୁ) : ଗଞ୍ଜାମ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଷ୍ଟ୍ରାକିଙ୍ଗ୍ ଫୋର୍ସ ଅବକାରୀ ଇନ୍ସପେକ୍ଟର୍ ପ୍ରୀତିଧରା ନାୟକ, ଛତ୍ରପୁର ସଦର ରେଞ୍ଜ୍ ଅଧିକାରୀ ଦିପ୍ତିମୟୀ ସାହୁ, ଖଲ୍ଲିକୋଟ ଅବକାରୀ ସବ୍ ଇନ୍ସପେକ୍ଟର ଉମାକାନ୍ତ ସ୍ବାଇଁ, ଷ୍ଟ୍ରାକିଙ୍ଗ୍ ଫୋର୍ସ ଛତ୍ରପୁର ସବ୍ ଇନ୍ସପେକ୍ଟର ଦୁର୍ଯ୍ୟୋଧନ ଦିଗାଲଙ୍କ ସହ ବିଭାଗୀୟ କର୍ମଚାରୀଙ୍କ ମିଳିତ ଚଢ଼ଉ ଦ୍ବାରା ଚାରିଜଣ ଚୋରା ବିଦେଶି ମଦ ଓ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ୯ କିଲୋଗ୍ରାମ ଗଞ୍ଜେଇ, ୫ ଲିଟର ୫୦୦ ମିଲିଲିଟର ବିୟର ଓ ତିନି ଲିଟର ବିଦେଶି ମଦ ଜବତ କରିବା ସହ ଚୋରା ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି । ଗିରଫ ହୋଇଥିବା ଚାରୀ ଜଣଙ୍କ ମଧ୍ୟରୁ ଜଣେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଞ୍ଚଳର ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଡ଼ାମାରୀ ଅଞ୍ଚଳର ଜଣେ, ପଥରାର ଜଣେ ଓ ଅଙ୍ଗାରଗାଁର ଜଣଙ୍କୁ ଗିରଫ କରାଯାଇଛି । ଆଗକୁ ଏଭଳି ଚଢ଼ାଉ ଜାରିରହିବ ବୋଲି ଅବକାରୀ ଇନ୍ସପେକ୍ଟର୍ ପ୍ରୀତିଧରା ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here