କରୋନା ଯୋଗୁଁ ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ସ୍ଥଗିତ କଲେ ସରକାର l

0
615

ଭୁବନେଶ୍ୱର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବିଶ୍ୱର ଅଧିକାଂଶ ଦେଶରେ କରୋନା ଭାଇରସ ଯୋଗୁଁ ବ୍ୟବସ୍ଥା ଠପ ହୋଇପଡିଥିବା ବେଳେ ଏଥିରୁ ବାଦ ପଡିନି ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ l ଏଥିପାଇଁ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହେବାର ଥିଲା କିନ୍ତୁ କରୋନା ଭାଇରସ ବ୍ୟାପିବାକୁ ହ୍ରାସ ନିମନ୍ତେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଆଇଇସି ମୁଖ୍ୟ ତଥା ମୁଖପାତ୍ର ସୁବ୍ରତୋ ବାଗଚୀ ଏକ ସାମ୍ବାଦିକ ସମିଳନୀ ଏହି ସୂଚନା ଦେଇଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଡଃ ବାଗଚୀ କହିଛନ୍ତି ଯେ, ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।

LEAVE A REPLY

Please enter your comment!
Please enter your name here