ନିର୍ଭୟା ମାମଲାର ୪ ଅଭିଯୁକ୍ତଙ୍କ କାଉଣ୍ଟଡାଉନ ଆରମ୍ଭ, ଆସନ୍ତା କାଲି ଫାଶୀରେ ଝୁଲିବା ନିଶ୍ଚିତ l

0
675

ନୂଆଦିଲ୍ଲୀ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି l ନିର୍ଭୟା ଅଭିଯୁକ୍ତଙ୍କ ସବୁ ଚାଲ ଫେଲ ମାରିଛି l ଫାଶୀ ଉପରେ ରହିତାଦେଶ ପ୍ରଦାନ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ତେଣୁ ନିର୍ଦ୍ଧାରିତ ସମୟ ଅନୁଯାୟୀ ହିଁ ଚାରି ଅଭିଯୁକ୍ତ ଆସନ୍ତା କାଲି ସକାଳେ ଫାଶୀ ଖୁଣ୍ଟରେ ଝୁଲିବେ l ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆସନ୍ତାକାଲି ସକାଳ ୫ଟା ୩୦ ମିନିଟ ସମୟରେ ତିହାର ଜେଲ ପରିସରରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ପାଇଁ ନିଶ୍ଚିତ ହୋଇଯାଇଛି । କାଲି ଫାଶୀ ଦିଆଯିବା ନେଇ ପୂର୍ବରୁ ଡେଥ ୱାରେଣ୍ଟ ଜାରି କରିଥିଲେ କୋର୍ଟ । ଡେଥ ୱାରେଣ୍ଟ ଉପରେ ରୋକ ଲଗାଇବା ପାଇଁ ଆଜି ଶେଷ ପ୍ରୟାସ କରିଥିଲେ ଅଭିଯୁକ୍ତ ହେଲେ ଆବେଦନ ଖାରଜ କରି ଫାଶୀ ଦଣ୍ଡକୁ ନିସ୍ତିତ କରିଦେଇଛନ୍ତି ପଟିଆଲା ହାଉସ କୋର୍ଟ ।

LEAVE A REPLY

Please enter your comment!
Please enter your name here