ପୁଣି ଗଞ୍ଜେଇ ଜବତ କଲା ମୈଦାଲପୁର ଫାଣ୍ଡି ପୋଲିସ

0
355

ଡାବୁଗାଁ (ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲ୍ଲାରୁ ପୁଣି ଗଞ୍ଜେଇ ଜବତ କଲା ମୈଦାଲପୁର ଫାଣ୍ଡି ପୋଲିସ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅନ୍ତର୍ଗତ ମଇଦଲପୁର ଫାଣ୍ଡି ନିକଟରେ ପୋଲିସ ଚେକିଂ ସମୟରେ ଗୋଟିଏ ଗାଡି ରୁ ଗଞ୍ଜେଇ ଜବତ କରାଯାଇଛି ଜୟପୁର ରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ସମୟରେ OR03H1045 ନମ୍ବର ଥିବା ଏକ କାର ରୁ ଗଞ୍ଜେଇ ଜବତ ହୋଇଛି । ଛୋଟ ଛୋଟ ପ୍ୟାକେଟ ରେ ପ୍ରାୟ ଏକ କ୍ୟୁଣ୍ଟାଲ 37 kg ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି । ଘଟଣା ରେ ସଂପୃକ୍ତ ଅଭିଯୋଗ ରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରିଛି ମୈଦଲପୁର ପୋଲିସ କେଶ ନମ୍ବର 20/21 ରେ ରୁଜୁ କରାଯାଇଛି । କହିବା ଅନୁସାରେ ନବରଙ୍ଗପୁର ଠାରୁ ଝାଡ଼ଖଣ୍ଡ ଯାଉଥିଲା ଅଭିଯୁକ୍ତ ଜଣକ ହେଲେ ସମିମ ଅଂସାରି ନିଜ ଘର ହେଲା ଝାଡ଼ଖଣ୍ଡ ର ଟାଟାନାଗର ର ବୋଲି ଜଣାପଡିଛି I ପୋଲିସ ଏନେଇ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here