ଗଜପତି ନର୍ସିଂ କଲେଜରେ ଚାଞ୍ଚଲ୍ୟକର ଘଟଣା; ଶ୍ରେଣୀ ଗୃହରେ ଝୁଲୁଛି ଏକ ଛାତ୍ରୀଙ୍କ ମୃତଦେହ

0
254

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ପଦ୍ମପୁର ତଥା ଗୁମ୍ମା ବ୍ଲକ ଅନ୍ତର୍ଗତ ଗଜପତି ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ପାଖରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଯାହା କି ଗଜପତି ନର୍ସିଂ କଲେଜର କ୍ଲାସ ରୁମରୁ ସନ୍ଦେହ ଜନକ ଭାବେ ଝୁଲୁଛି ଛାତ୍ରୀଙ୍କ ମୃତଦେହ । ମୃତ ଛାତ୍ରୀଙ୍କ ନାମ ହେଉଛି ଅଖିଳା ବେହେରା ହୋଇଥିବା ବେଳେ ତାଙ୍କ ଘର ଗଞ୍ଜାମ ଜିଲ୍ଲାର ହରିପୁର ବୋଲି ସୂଚନା ମିଳିଛି। ଏହି ଘଟଣା ବିଷୟରେ ଖବର ବାହାରକୁ ଆସିବା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଖବରପାଇ ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣା ସୂଚନା ଅନୁସାରେ, ଅଖିଳା ବେହେରା ଗଜପତି ନର୍ସିଂ କଲେଜର ପ୍ରଥମ ବର୍ଷର ଛାତ୍ରୀ ଥିଲେ । ତେବେ ହତ୍ୟା ନା ଆତ୍ମହତ୍ୟା ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରଳାଖେମୁଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଛାତ୍ରୀଙ୍କ ବାପା ମା’ ଆସି ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ସୂଚନା ପ୍ରଦାନ କରିଛନ୍ତି

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here