ଏପ୍ରିଲ ୧୫ ପର୍ଯନ୍ତ ସ୍ଥଗିତ ହେଲା ଆଇପିଏଲ

0
574

ମୁମ୍ବାଇ : ସମଗ୍ର ପୃଥୀବିରେ ଦେଖା ଦେଇଥିବା କରୋନା ଭାଇରସର ପ୍ରଭାବ ଯୋଗୁଁ ଆଇ ପିଏଲ ଏପ୍ରିଲ ୧୫ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । କରୋନାକୁ ନେଇ ଦେଖାଦେଇଥିବା ସଙ୍କଟ ଦୃଷ୍ଟିରୁ ଆଇପିଏଲ ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଆଲୋଚନା ହେଉଥିଲା ଯେ ଖାଲି ଷ୍ଟାଡ଼ିୟମ ମଧ୍ୟରେ ଆଇପିଏଲ ମ୍ୟାଚ ଆୟୋଜନା କରାଯିବ ବୋଲି ହେଲେ ଅନେକ ବିଦେଶୀ ଖେଳାଳିଙ୍କୁ ଭିସା ପ୍ରଦାନ କରିବା ନିମନ୍ତେ ଭାରତ ସରକାର କଟକଣା ଜାରି କରିଥିବାରୁ ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯନ୍ତ ଆଇପିଏଲକୁ ସ୍ଥଗିତ ରଖିବା ପାଇଁ ନିଷ୍ପତି ହୋଇଛି । ପୂର୍ବରୁ ମାର୍ଚ୍ଚ ୨୯ ତାରିଖରୁ ଆଇପିଏଲ ଆରମ୍ଭ ହେବା ନେଇ ସ୍ଥିର କରାଯାଇଥିଲା ହେଲେ କରୋନା ଭାଇରସର ଭୟାବହତାକୁ ନଜରରେ ରଖି ଏହାକୁ କିଛି ଦିନ ପାଇଁ ଘୁଞ୍ଚାଯାଇଥିବା ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here