ନୂଆଁଗଡ଼ ରେ ଏନ୍ ପି ଏଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
351

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ଠାରେ ଏନ୍ ପି ଏଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ସରପଞ୍ଚ ଶ୍ରୀମତୀ ନୀଳେନ୍ଦ୍ରୀ ସେଠୀ ଯୋଗଦେଇ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୁବ ବ୍ୟବସାୟୀ ତଥା ସମାଜସେବୀ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର, ମୁଖ୍ଯବକ୍ତା ଭାବେ ପୂର୍ବତନ ସମିତିସଭ୍ଯ ଶ୍ରୀ ନାରାୟଣ ସୁମନ୍ତରାୟ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ଭ୍ରମରବର ଭୂୟାଁ, ପୂର୍ବତନ ସରପଞ୍ଚ ଶ୍ରୀ ସତ୍ୟନାରାୟଣ ସାହୁ, ଅଭିମନ୍ୟୁ ଭୂୟାଁ, ବୈକୁଣ୍ଠନାଥ ସାହୁ, ଜଗନ୍ନାଥ ସାହୁ, ସନ୍ତୋଷ କୁମାର ସାହୁ, ବି.ଯୋଗୀରାମ ଭୂୟାଁ, ବଳରାମ ପ୍ରଧାନ, ଦାଶରଥି ସେଠୀ, ପ୍ରଶାନ୍ତ କୁମାର ସେଠୀ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାରି ଗୋଟି ଦଳକୁ ନେଇ ଆୟୋଜିତ ହୋଇଛି ଏବଂ ଦଶ ଦିନ ଧରି ଖେଳ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏଥିସହିତ ପ୍ରତ୍ୟକ ମ୍ଯାଚ ୧୦ ଓଭର୍ ଖେଳ ହେବ ବୋଲି ସୂଚନା ମିଳିଛି । ଉଦଘାଟନ ମ୍ଯାଚ ଗୋଲ୍ଡେନ ଷ୍ଟାର୍ ସହିତ ୟୁଙ୍ଗ ଷ୍ଟାର୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ମ୍ଯାଚ ରେ ପ୍ରଭାତ ଭୂୟାଁ ଏବଂ ପ୍ରଦୀପ ଭୂୟାଁ ଆମ୍ପିଅର୍ କରିଥିବା ବେଳେ ବେଳେ ପପୁ ପ୍ରଧାନ, ଧିରେନ୍ଦ୍ର ପ୍ରଧାନ, ଅଶୋକ ଭୂୟାଁ, ଆଲୋକ ବିଶୋୟୀ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here