କୋରୋନା ବିଷୟରେ ଗୁଜବ ପ୍ରଚାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ

0
466

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୋରୋନା ମୁକାବିଲା ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ରେଗୁଲେସନ ଅନୁଯାୟୀ, ସବୁ ସରକାରୀ, ଘରୋଇ ହସ୍ପିଟାଲରେ ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ। ସମସ୍ତ ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ହସ୍ପିଟାଲ ରଖିବ। କୌଣସି ଘରୋଇ ଲ୍ୟାବ୍ରେ କୋରୋନା ପରୀକ୍ଷାକୁ ଅନୁମତି ନାହିଁ। କୋରୋନା ଆକ୍ରାନ୍ତ ଦେଶକୁ ଗସ୍ତ କରିଥିଲେ ସେ ସମ୍ପର୍କରେ ନିଜେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ମେଡିକାଲ କର୍ତ୍ତୃପକ୍ଷ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି କୋରୋନା ସମ୍ପର୍କରେ ଗୁଜବ ପ୍ରଚାର କରନ୍ତି, ତେବେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ ଓ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିର୍ଦ୍ଦେଶନାମା ତତ୍କାଳ ଲାଗୁ ହୋଇଥିବା ବେଳେ ୧ ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତଙ୍କୁ ସଚେତନତା ଅବଲମ୍ବନ ପାଇଁ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here