କଲେଗାଁ ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଚାମ୍ପିୟାନ ବିଗବୁଲ ଝରିଗାଁ

0
324

ଝରିଗାଁ(ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରି ଛାପର ପଞ୍ଚାୟତ ଅନ୍ତର୍ଗତ କଲେଗାଁ ଠାରେ ଆଜି ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଯାପିତ ହୋଇଯାଇଛି । ଉଦଯାପିତ ଫାଇନାଲ୍ ମ୍ୟାଚ ରେ ସୁପରଷ୍ଟାର କଲେଗାଁ ଓ ଝରିଗାଁ ବିଗବୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଝରିଗାଁ ବିଗବୁଲ ଟସ ଜିତି ଫିଲଡିଂ ର ନିଷ୍ପତି ନେଇଥିଲେ । ସୁପରଷ୍ଟାର କଲେଗାଁ ପ୍ରଥମେ ବ୍ୟାଟିଂ କରି ବାର ଅଭର ରେ ୧୧୨ ରନ କରିଥିଲେ । ଝରିଗାଁ ବିଗବୁଲ ନିର୍ଦ୍ଧାରିତ ରନ କୁ ପିଛା କରି ୧୨ ଅଭର ଶେଷ ବଲ ରେ ୧୧୫ ରନ କରି ବିଜୟ ହୋଇଥିଲେ । ତେବେ ବିଜୟ ଦଳ କୁ ୧୦୦୫୧ ଟଙ୍କା ମୁଖ୍ୟ ଅତିଥି ଲଛମା ଗଣ୍ଡଏବଂ ପରାଜିତ ଦଳ କୁ ୬୦୫୧ ଟଙ୍କା ସଂମ୍ମାନୀତ ଅତିଥି ନିରାକାର ଗଣ୍ଡ ପ୍ରଦାନ କରିଥିଲେ । ପ୍ରଦାନଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟା ଲଛମା ଗୋଣ୍ଡ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ସ୍ଥାନୀୟ ୱାର୍ଡ ମେମ୍ବର ମାଧବ ଗୋଣ୍ଡ , ନିରାକାର ଗଣ୍ଡ , ଧରମ ଗଣ୍ଡ ,ତ୍ରିନାଥ ଧୁରୁଆ , କମଲୁ ବାଘ , ଗୋକୁଳ ହରିଜନ , ମାଧବ ମାଝୀ , ଅର୍ଜୁନ ହରିଜନ ପ୍ରମୂଖ ଯୋଗ ଦେଇଥିଲେ । ଆଜିର ମ୍ୟାଚ ରେ ଭାଷ୍ୟକାର ଭାବେ ନୀଳକଣ୍ଠ ସାନ୍ତା କରିଥିବା ବେଳେ ସ୍କରର ଭାବେ ଡମ୍ବରୁ ଗଣ୍ଡ କରିଥିଲେ ଓ ଅମ୍ପାୟର ଭାବେ ବଳରାମ ହରିଜନ , ଅରୁଣ ବାଘ ତେବେ ଏହି ଟୁର୍ଣ୍ଣାମେଣ୍ଟ ଟି ଦୀର୍ଘ ସାତ ଦିନ ଖେଳା ଯିବା ପରେ ଆଜି ଉଦଯାପିତ ହୋଇଛି । ମା ଠାକୁରାଣୀ କ୍ରିକେଟ କ୍ଲବ ର ସଭାପତି ଅରୁଣ ବାଘ , ଉପସଭାପତି ନରସିଂହ ହରିଜନ , ଶଙ୍କର ହରିଜନ ,ଆଶିଷ ମଣ୍ଡଳ , ଲଚମନ ହରିଜନ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ : ଭୋଦେବ ଗୌଡ଼

LEAVE A REPLY

Please enter your comment!
Please enter your name here