ଅବକାରୀ ଧରପଗଡ଼, ୪୦ ଲିଟର ଦେଶୀ ମଦ ଜବତ

0
466

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ଅବକାରୀ ବିଭାଗ ଉପନିରୀକ୍ଷକ ଅଭିରାମ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗୁରୁବାର ଅପରାହ୍ନରେ ପାଟପୁର ଥାନାଞ୍ଚଳ ବିଛାପାଟ ଗ୍ରାମରେ ଅତର୍କିତ ଧରପଗଡ଼ କରିଥିଲେ । ପୂର୍ବରୁ ଉକ୍ତ ଗ୍ରାମରେ ବେଆଇନ ଭାବେ ହାତ ତିଆରି ଦେଶୀ ମଦ ରନ୍ଧା ଯାଉଥିବା ଖବର ପାଇ ଆଜି ସଦଲବଳେ ଚଢ଼ାଉ ହୋଇଥିଲା । ଚଢ଼ାଉ ସମୟରେ ସେଠାରୁ ୪୦ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଥିଲା। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବିଭାଗୀୟ ଦପ୍ତରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here