ମାନବାଧିକାର ସୁରକ୍ଷା ସଂଘ ପକ୍ଷରୁ ସଡକ ସୁରକ୍ଷା ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ।

0
514

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦେଶରେ ସଡ଼କ ଦୁର୍ଘଟଣା କମାଇ ବାକୁ ଦୃଷ୍ଟିରେ ରଖି ସରକାର ନୂଆ ମୋଟର ଯାନ ଆଇନ ପ୍ରଣୟନ କରିଛନ୍ତି।ଏହି ଆଇନ କୁ ମାନିବା ସହିତ ନିଜକୁ ସୁରକ୍ଷା ଦେବା ପାଇଁ ଆଗେଇ ଆସୁଛନ୍ତି ବିଭିନ୍ନ ଯୁବ ସଂଘଠନ। ଗଂଜାମ ଜିଲ୍ଲାର ଭଞ୍ଜନଗର ସହରରେ ଭାରତୀୟ ମାନବାଧିକାରନ୍ୟାୟ ପରିଷଦ ଓ ଓଗା ଟ୍ରଷ୍ଟ ତରଫରୁ ପରିବହନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ଆରଟିଓ ଶୁଭେନ୍ଦୁ ରଞ୍ଜନ ରାୟ ଓ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଯୋଗ ଦେଇ ହେଲମେଟ,ସିଟ ବେଲ୍ଟ ପିନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ,ଚକଲେଟ ଦେଇ ଶୁଭେଛା ଜଣାଇଥିଲେ।ଯେଉଁ ମାନେ ମୋଟର ଯାନ ଆଇନ ଉଲଘଂନ କରୁଥିଲେ ସେମାନଙ୍କୁ ସଂକଳ୍ପ ପତ୍ର ମାଧ୍ୟମରେ ହେଲମେଟ,ସିଟ ବେଲ୍ଟ ପିନ୍ଧିବା ପାଇଁ ସଚେତନ କରାଇଥିଲେ।ଏହି କଯ୍ୟକର୍ମ ରେ ଭାରତୀୟ ମାନବାଧିକାର ସୁରକ୍ଷା ପରିଷଦର ଗଞ୍ଜାମ ଜିଲ୍ଲା ସଭାପତି ଦୁର୍ଗା ମାଧବ ଆଚାରି ଗଂଜାମ ଜିଲ୍ଲା ସମ୍ପାଦକ ରାଜେଶ କୁମାର ନାୟକ,ରବିନ ପୋଲାଇ,ବେଣୁଧର ସାହୁ, ନନ୍ଦନ ଗୌଡ଼, ଓଗା ଟ୍ରଷ୍ଟର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଉଥିଲେ।

LEAVE A REPLY

Please enter your comment!
Please enter your name here