କଡାକଡି ଯାଞ୍ଚ, ଅମାନିଆ ଦେଲେ ୧୪ ହଜାର ଟଙ୍କା ଫାଇନ

0
308

ପୋଲସରା (ନ୍ୟୁଜଏକ୍ସଟ୍ରା) ପୋଲସରା ଥାନା ପୋଲିସ ପକ୍ଷରୁ ଲକ୍ ଡାଉନ ଆଇନ ପାଳନ ପାଇଁ ପୋଲସରା ବସଷ୍ଟାଣ୍ଡ ଠାରେ କଡାକଡି ଯାଞ୍ଚ କରାଯାଇଛି। ରାଜ୍ୟ ସରକାର ମଇ ୫ ତାରିଖ ଠାରୁ କରୋନା ସଂକ୍ରମଣରୁ ସୁରକ୍ଷା ଓ କରୋନାକୁ ପ୍ରତିହତ ପାଇଁ ଲକ୍ ଡାଉନ୍ ଘୋଷଣା ପ୍ରଥମେ ମଇ ୧୯ ତାରିଖ ଓ ପୁଣି ଜୁନ ୧ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୋଲସରା ପ୍ରଶାସନ ପକ୍ଷରୁ ବିଡ଼ିଓ, ତହସିଲଦାର ଓ ଥାନା ଆରକ୍ଷୀ ନିରୀକ୍ଷକ ମିଳିତ ଭାବେ ସଚେତନତା କଲେ ମଧ୍ୟ କେତେକ ବ୍ୟକ୍ତି ଆଇନ ଖିଲାପ କରିବା ଦୃଶ୍ଯ ଦେଖିବାକୁ ମିଳୁଛି । ପୋଲସରା ଅଞ୍ଚଳରେ ବିବାହ, ଶ୍ରାଦ୍ଧ ବାର୍ଷିକ, ଜନ୍ମଦିନ ପ୍ରଭୃତି ପାଳନ ପାଇଁ ଭୋଜିଭାତ ସହିତ ବହୁ ଜନସମାଗମ ହେଉଥିବା ଜଣାପଡିଛି । ବିନା କାରଣରେ କେତେକ ଅମାନିଆ ବାହାରେ ବାଇକ ଧରି ବୁଲୁ ଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ଏହି ସବୁ କାର୍ଯ୍ୟ ଦ୍ୱାରା କରୋନା ସଂକ୍ରମଣ ଆଶଙ୍କା, ପ୍ରଶାସନର ମୁଣ୍ଡ ବିନ୍ଧାର କରାଣ ହେବାସହ ପ୍ରଶାସନ କଠୋର ହେବାକୁ ବାଧ୍ୟ ହେଉଛି। ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ଅମାନିଆ ଙ୍କୁ ସାବାଡ଼ କରିବା ପାଇଁ ପୋଲସରା ବସଷ୍ଟାଣ୍ଡ ଠାରେ କଡାକଡି ଭାବେ ଯାଞ୍ଚ କରି ଅମାନିଆ ଙ୍କ ଠାରୁ ୧୪ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ଏହି ଯାଞ୍ଚ କାର୍ଯ୍ୟରେ ଆଇଆଇସି ଶ୍ରୀ ମଲ୍ଲିକ ଙ୍କ ସମେତ ଏଏସଆଇ ବାବୁଲାଲ୍ ରାଉଲ,କେସବ ସଡଙ୍ଗି ଓ ପୋଲିସ ଫୋର୍ସ ସାମିଲ ହୋଇଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here